25.1 C
Bhubaneswar
Thursday, March 26, 2026
Homeଓଡିଶାପିଜିଟି ଶିକ୍ଷକଙ୍କ ପାଞ୍ଚ ଦିନିଆ ପ୍ରଶିକ୍ଷଣ କର୍ମଶାଳା ଉଦଯାପିତ

ପିଜିଟି ଶିକ୍ଷକଙ୍କ ପାଞ୍ଚ ଦିନିଆ ପ୍ରଶିକ୍ଷଣ କର୍ମଶାଳା ଉଦଯାପିତ

ଭୁବନେଶ୍ବର: ଓଡ଼ିଶା ସରକାରଙ୍କ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ (DHSE) ଆନୁକୂଲ୍ୟରେ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଇଂରାଜୀ ବିଭାଗର ସ୍ନାତକୋତ୍ତର ଶିକ୍ଷକ (PGTs) ପାଇଁ ଦକ୍ଷତା ଆଧାରିତ ଶିକ୍ଷାଦାନ ଏବଂ ମୂଲ୍ୟାଙ୍କନ ଉପରେ ଏକ ପାଞ୍ଚ ଦିନିଆ କର୍ମଶାଳା କାର୍ଯ୍ୟକ୍ରମ ଉଦଯାପିତ ହୋଇଛି । ଏହି କାର୍ଯ୍ୟକ୍ରମ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ପ୍ରତିଷ୍ଠାନ, ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଥିଲା ।

ଉଦଯାପନୀ କାର୍ଯ୍ୟକ୍ରମରେ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଶ୍ରୀମତୀ ନିୟତୀ ପଟ୍ଟନାୟକ, ଯୁଗ୍ମ ନିର୍ଦ୍ଦେଶକ ଶ୍ରୀମତୀ ସସ୍ମିତା ମାଳି, ଉପ ନିର୍ଦ୍ଦେଶକ ଶ୍ରୀ ଜିତେନ୍ଦ୍ର ନାୟକ, ପିଏମୟୁର ଅଧିକାରୀ ଡକ୍ଟର ଉମାକାନ୍ତ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ । ଏହି କର୍ମଶାଳାରେ ସର୍ବମୋଟ୍ ୫୦ ଜଣ ପିଜିଟି ଶିକ୍ଷକ-ଶିକ୍ଷୟିତ୍ରୀ ଭାଗ ନେଇଥିଲେ ।

ଅଜିମ୍ ପ୍ରେମଜୀ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଶ୍ରୀ ପାର୍ଥ ସାରଥୀ ମିଶ୍ର ଏବଂ ଜେନି ଆଲେକ୍ସଙ୍କ ମାର୍ଗଦର୍ଶନରେ ଅନୁଷ୍ଠିତ ଏହି କର୍ମଶାଳା ସମ୍ପୂର୍ଣ୍ଣ କାର୍ଯ୍ୟକଳାପ ଭିତ୍ତିକ ଥିଲା । ମାତୃଭାଷା ଶିକ୍ଷା ଲକ୍ଷ୍ୟ, ପାଠ୍ୟକ୍ରମ ଉଦ୍ଦେଶ୍ୟ, ଶ୍ରେଣୀଗୃହରେ ଉପୁଜୁଥିବା ବିଭିନ୍ନ ଆହ୍ବାନ, ପ୍ରଶ୍ନପତ୍ର ବିଶ୍ଳେଷଣ, ଯୋଗାଯୋଗ ଦକ୍ଷତା ଏବଂ ମୂଲ୍ୟାଙ୍କନ ପଦ୍ଧତି ଉପରେ ଏହି କର୍ମଶାଳାରେ ଆଲୋଚନା କରାଯାଇଥିଲା । ଏଥିସହ ଇଂରାଜୀ ଶିକ୍ଷାଦାନ ଏବଂ ମୂଲ୍ୟାଙ୍କନ ଅଭ୍ୟାସକୁ ବୃଦ୍ଧି କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା ।

ଉଦଯାପନୀ କାର୍ଯ୍ୟକ୍ରମରେ ନିର୍ଦ୍ଦେଶକ ନିୟତୀ ପଟ୍ଟନାୟକ ଅଂଶଗ୍ରହଣକାରୀମାନଙ୍କୁ ପ୍ରମାଣପତ୍ର ବଣ୍ଟନ କରିଥିଲେ । ଏଥିସହ ପାଞ୍ଚ ଦିନିଆ କର୍ମଶାଳା ଆୟୋଜନରେ ସାମିଲ ଥିବା ସମସ୍ତ ଅଧିକାରୀ, ରିସୋର୍ସ ପର୍ସନ, ଶିକ୍ଷକ-ଶିକ୍ଷୟିତ୍ରୀ ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ । ଶିକ୍ଷକ-ଶିକ୍ଷୟିତ୍ରୀମାନେ ମଧ୍ୟ ସେମାନଙ୍କର ଶିକ୍ଷଣ ଅଭିଜ୍ଞତା ବାଣ୍ଟିଥିଲେ ଏବଂ କର୍ମଶାଳାର ଆୟୋଜନ ପାଇଁ ନିର୍ଦ୍ଦେଶାଳୟକୁ କୃତଜ୍ଞତା ଜଣାଇଥିଲେ । ଏହି କାର୍ଯ୍ୟକ୍ରମକୁ ପିଜିଟି ଶିକ୍ଷୟିତ୍ରୀ ମିସ୍ ପ୍ରିସିତା ପରିଚାଳନା କରିଥିବା ବେଳେ ଶ୍ରୀମତୀ ପ୍ରତିଷ୍ଠା ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking