22.1 C
Bhubaneswar
Saturday, February 14, 2026
Homeଦେଶ ବିଦେଶକାରରୁ ମିଳିଲା ୫ ମୃତଦେହ

କାରରୁ ମିଳିଲା ୫ ମୃତଦେହ

ନୂଆଦିଲ୍ଲୀ : ରାସ୍ତାକଡରେ ପାର୍କିଂ ହୋଇଥିବା ଏକ କାରରୁ ମିଳିଲା ୫ ମୃତଦେହ। ସମସ୍ତ ମୃତକ ଗୋଟିଏ ପରିବାରର ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ତାମିଲନାଡୁ ପୁଡୁକୋଟାଇ ଜିଲ୍ଲାର ତ୍ରିଚି-କରାଇକୁଡି ଜାତୀୟ ରାଜପଥ ନିକଟରେ ଏକ ପରିତ୍ୟକ୍ତ କାର୍ ପାର୍କିଂ ହୋଇଥିଲା। ଗୋଟିଏ ସ୍ଥାନରେ କାରଟି ବହୁ ସମୟ ପଡିରହିବା ଦେଖି ସ୍ଥାନୀୟ ଲୋକେ ସନ୍ଦେହ କରିଥିଲେ। କାର୍ ପାଖକୁ ଯାଇ ଦେଖନ୍ତି ତ, ପାଞ୍ଚ ଜଣ ମୃତ ଅବସ୍ଥାରେ ପଡିଥିବା ଜାଣିବାକୁ ପାଇଥିଲେ। ଏନେଇ ସେମାନେ ପୁଲିସକୁ ଖବର ଦେବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଛି।ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ କହିବା ଅନୁସାରେ, ମୃତକମାନେ ହେଉଛନ୍ତି ୫୦ ବର୍ଷୀୟ ବ୍ୟବସାୟୀ ମାଣିକନନ୍ଦନ, ତାଙ୍କ ପତ୍ନୀ ନିତ୍ୟା, ମାଆ ସରୋଜା ଏବଂ ସେମାନଙ୍କର ଦୁଇ ପିଲା। ଏମାନେ ସାଲେମର ବାସିନ୍ଦା। ସମସ୍ତ ମୃତଦେହକୁ ଉଦ୍ଧାର କରାଯାଇ ପୋଷ୍ଟମୋର୍ଟମ ପାଇଁ ପଠାଯାଇଛି।
ପ୍ରାଥମିକ ତଦନ୍ତରୁ ସେମାନେ ବିଷ ପିଇ ଆତ୍ମହତ୍ୟା କରିଥିବା ଜଣାପଡୁଛି। କାରରୁ ମଧ୍ୟ ଏକ ସୁଇସାଇଟ ନୋଟ୍ ଜବତ କରାଯାଇଥିବା ପୁଲିସ ଅଧିକାରୀ କହିଛନ୍ତି।  ଆତ୍ମହତ୍ୟାର କାରଣ ଋଣ ଚାପ ନା ଅନ୍ୟକିଛି ସେନେଇ ସ୍ପଷ୍ଟ ହୋଇନାହିଁ। ପୁଲିସ ତଦନ୍ତ ପ୍ରକ୍ରିୟା ଜାରିରଖିଛି, ତଦନ୍ତ ପରେ ଆତ୍ମହତ୍ୟାର ପ୍ରକୃତ କାରଣ ଜଣାପଡିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking