17.1 C
Bhubaneswar
Sunday, November 24, 2024
Homeଦେଶ ବିଦେଶନୌସେନା ଜାହାଜରେ ପ୍ରଥମ ମହିଳା କମାଣ୍ଡିଂ ଅଫିସର୍ ନିଯୁକ୍ତ

ନୌସେନା ଜାହାଜରେ ପ୍ରଥମ ମହିଳା କମାଣ୍ଡିଂ ଅଫିସର୍ ନିଯୁକ୍ତ

ନୂଆଦିଲ୍ଲୀ: ଭାରତୀୟ ନୌସେନା ପ୍ରଥମ ଥର ପାଇଁ ନିଜ ଜାହାଜରେ ମହିଳା କମାଣ୍ଡିଂ ଅଫିସର୍ ନିଯୁକ୍ତ କରିଛି । ଶୁକ୍ରବାର ନୌସେନା ଦିବସ ଅବ୍ୟବହିତ ପୂର୍ବରୁ ନୌସେନା ପ୍ରମୁଖ ଆଡ୍‌ମିରାଲ୍‌୍ ଆର୍ ହରି କୁମାର ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି, ଭାରତୀୟ ନୌସେନା ମହିଳା କର୍ମଚାରୀଙ୍କ ପାଇଁ ‘ସବୁ ଭୂମିକା-ସବୁ ର‌୍ୟାଙ୍କ୍‌’ ଦୃଷ୍ଟିକୋଣ ଅନୁରୂପ ପ୍ରଥମ ଥର ପାଇଁ ଜଣେ ମହିଳାଙ୍କୁ ନୌସେନାର ଫାଷ୍ଟ୍ ଆଟାକ୍ କ୍ରାଫ୍ଟ ବୋଟ୍‌ର କମାଣ୍ଡିଂ ଅଫିସର୍ ନିଯୁକ୍ତି କରାଯାଇଛି ।

ଅବଶ୍ୟ ଏହି ଅଫିସର୍‌ଙ୍କ ପ୍ରି-କମିଶନ୍‌ଡ ଟ୍ରେନିଂ ଚାଲିଛି । ଭାରତୀୟ ବାୟୁସେନା ଏବଂ ସ୍ଥଳସେନାରେ ପୂର୍ବରୁ ମହିଳାମାନେ କେତେକ ୟୁନିଟ୍‌ରେ କମାଣ୍ଡ୍ କରୁଛନ୍ତି । ସେନାରେ ମହିଳାଙ୍କ ଅଂଶଗ୍ରହଣ ବୃଦ୍ଧି ପାଇଁ ସରକାର ଅଗ୍ନିବୀର ଯୋଜନା ଆଣିଛନ୍ତି । ଆଜି ମହିଳା ଯୁଦ୍ଧ ଜାହାଜରୁ ଆରମ୍ଭ କରି ହେଲିକପ୍ଟର ଉଡ଼ାଉଛନ୍ତି । ଯୁଦ୍ଧପୋତରେ ମୁତୟନ ସହିତ ସୀମାନ୍ତରେ ମଧ୍ୟ ନିଜ ଡ୍ୟୁଟି କରୁଛନ୍ତି । ଏହା ସତ୍ତ୍ୱେରେ ଏବେ ବି ସେନାବାହିନୀରେ ପୁରୁଷଙ୍କ ତୁଳନାରେ ମହିଳାଙ୍କ ସଂଖ୍ୟା ବହୁ କମ୍ ରହିଛି ।

ନୌସେନା ଦିବସ ପୂର୍ବରୁ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ଆଡ୍‌ମିରାଲ୍ କୁମାର କହିଛନ୍ତି, ଭାରତୀୟ ନୌସେନାର ଜାହାଜ, ବୁଡ଼ାଜାହାଜ ଏବଂ ବିମାନ ଗତ ଏକବର୍ଷ ଧରି ରଣନୈତିକ ଜଳକ୍ଷେତ୍ରରେ ଉଚ୍ଚସ୍ତରର ଅଭିଯାନ ଗତିଶୀଳତା ଜାରି ରଖିଛି । ଭାରତ ମହାସାଗରରେ ଚୀନ୍‌ର ବୃଦ୍ଧି ପାଉଥିବା ଗତିବିଧି ସମ୍ପର୍କରେ ସେ କହିଛନ୍ତି, ଭାରତୀୟ ନୌସେନା ଅଞ୍ଚଳରେ ସମସ୍ତ ଗତିବିଧି ଉପରେ ନଜର ରଖିଛି । ସେ କହିଛନ୍ତି, ଆମ ରାଷ୍ଟ୍ରୀୟ ସ୍ୱାର୍ଥର ରକ୍ଷା ସହିତ ଏହାକୁ ବ୍ୟାପକ କରିବା ନିମନ୍ତେ ଆମ ୟୁନିଟ୍ ସମଗ୍ର ଭାରତ ମହାସାଗର ଅଞ୍ଚଳ ଏବଂ ଏହା ବାହାରେ ଅଭିଯାନ ପାଇଁ ସର୍ବଦା ପ୍ରସ୍ତୁତ ଅବସ୍ଥାରେ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking