ନୂଆଦିଲ୍ଲୀ : ଡିସେମ୍ବର ୨୧ ରେ ୧୯ ବର୍ଷୀୟ ଜଣେ ଝିଅକୁ ହରିୟାଣାର ଗୁରୁଗ୍ରାମରେ ଥିବା ତାଙ୍କ ଘରୁ ଅପରହଣ କରାଯାଇଛି । ଅପହରଣ କରାଯାଇ ଜଣେ ପୁରୁଷଙ୍କୁ ବିକ୍ରି କରାଯାଇଛି । ଯେଉଁଠାରେ ତାଙ୍କୁ ବାରମ୍ବାର ବଳାତ୍କାର କରାଯାଉଥିଲା । ଝିଅଟି ଡିସେମ୍ବର ୨୧ରୁ ନିଖୋଜ ଥିଲା । ଡିସେମ୍ବର ୩୦ରେ ତାଙ୍କ ମାମୁଁ ଖବର ପାଇବାରୁ ପୋଲିସକୁ ସୂଚନା ଦେଇଥିଲେ । ଏହାପରେ ପୋଲିସ ଟିମ ଘଟଣାସ୍ଥଳରେ ପହଞ୍ଚି ପୀଡିତାଙ୍କୁ ଉଦ୍ଧାର କରିଛି । ଝିଅଟି ପୋଲିସ ଆଗରେ ଅଭିଯୋଗ କରିଛି । ପୋଲିସ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରିଛି । ଝିଅକୁ ସୁରକ୍ଷିତ ଭାବେ ତାଙ୍କ ପରିବାରକୁ ହସ୍ତାନ୍ତର କରାଯାଇଛି । ପୋଲିସ ଏନେଇ ଜଦନ୍ତ ଜାରି ରଖିଛି ।