ନୂଆଦିଲ୍ଲୀ: ବେଙ୍ଗାଲୁରୁରେ ପ୍ରଥମ ଏଚଏମପିଭି ରୋଗୀ ଚିହ୍ନଟ ହୋଇଛି । ୮ ମାସର ଶିଶୁ ପଜିଟିଭ ଚିହ୍ନିତ ହୋଇଛି । ଏବେ ଚୀନରେ କାୟା ମେଲାଇଛି ନୂଆ ଭୂତାଣୁ । ସରକାରୀ ନୁହେଁ ବେସରକାରୀ ଭାବେ ପରୀକ୍ଷା କରାଯାଇଥିଲା । ଏବଂ ପରୀକ୍ଷା ରିପୋର୍ଟରେ ଭୂତାଣୁ ଥିବା ନେଇ ଚିହ୍ନଟ କରାଯାଇଛି । ହେଲେ ସ୍ୱାସ୍ଥ୍ୟ ବିଭାଗ ଦାବି କରିଛି ଭୟ କରିବାର ଅସୁବିଧା ନାହିଁ । କେନ୍ଦ୍ର ସରକାର ପ୍ରସ୍ତୁତ ଅଛନ୍ତି ଏହାର ମୁକାବିଲା ପାଇଁ । ଏଚଏମପିଭି ର ଲକ୍ଷଣ ହେଉଛି ଛୋଟ ପିଲା ଓ ବୟସ୍କଙ୍କ ପାଇଁ ଏଚଏମପିଭିର ମାରାତ୍ମକ ଆଶଙ୍କା ରହିଛି । ହ୍ୟୁମାନ ମେଟାନ୍ୟୁମୋ ଭାଇରସର ସାଧାରଣ ଥଣ୍ଡା ହେବା ଭଳି ଲକ୍ଷଣ ଦେଖାଯାଉଛି ।