ବ୍ରହ୍ମପୁର: ରାଜ୍ୟ ସରକାରଙ୍କ ବିଦ୍ୟାଳୟ, ଗଣଶିକ୍ଷା ବିଭାଗ ତରଫରୁ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ ଆଜି ଠାରୁ ଗଞ୍ଜାମ ଜିଲ୍ଲାର ସରକାରୀ ବିଦ୍ୟାଳୟରେ ଅଧ୍ୟୟନ କରୁଥିôବା ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ୟୁ-ଟ୍ୟୁବ୍ ଯୋଗେ ପାଠପଢ଼ା ଆରମ୍ଭ ହୋଇଛି । ଏହା ବ୍ୟତୀତ ବିଭାଗର ସୂଚନା ଅନୁଯାୟୀ, ଯେଉଁ ବିଦ୍ୟାର୍ଥୀଙ୍କ ଠାରେ ସ୍ମାର୍ଟ ଫୋନ୍ ନାହିଁ ସେମାନଙ୍କୁ କ୍ଷୁଦ୍ର ଗୋଷ୍ଠୀ ଯୋଗେ ମଧ୍ୟ ଶିକ୍ଷାଦାନ ପ୍ରକ୍ରି୍ରୟା ଆରମ୍ଭ ହୋଇଛି ବୋଲି ଜିଲ୍ଲା ଶିକ୍ଷାଧିକାରୀ ବିନିତା ସେନାପତି କହିଛନ୍ତି । ଏହି ପ୍ରକ୍ରିୟା ପୂର୍ବରୁ ଗତ ୨୦୨୧ ମସିହା ଜୁନ ମାସ ଠାରୁ ଆରମ୍ଭ କରାଯାଇଥିଲା । ସଂପ୍ରତି ପଢ଼ାଯାଇଥିôବା ପାଠର ସମୀକ୍ଷା କରାଯାଇଛି ।
ଏ ନେଇ ଶିକ୍ଷକ, ଶିକ୍ଷୟିତ୍ରୀ ମାନଙ୍କୁ ଆବଶ୍ୟକୀୟ ସୂଚନା ଦିଆଯାଇଛି । ଆଜି ଠାରୁ ୟୁ-ଟ୍ୟୁବ୍ ଯୋଗେ ପାଠ ପଢ଼ା ଆରମ୍ଭ ହୋଇଥିବା ବେଳେ ରାଜ୍ୟ ସ୍ତରରେ ଗଞ୍ଜାମ ଜିଲ୍ଲାର ଗୁରୁତ୍ୱପୁର୍ଣ୍ଣ ଭୁମିକା ରହିଛି । କାରଣ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ଏହି ଜିଲ୍ଲା ଶିକ୍ଷା ବିଭାଗକୁ ପ୍ରଥମରୁ ପଞ୍ଚମ ଶ୍ରେଣୀର ବିଦ୍ୟାର୍ଥୀଙ୍କ ସାହିତ୍ୟ ଏବଂ ଇଂରାଜୀ ବିଷୟର ପାଠ୍ୟକ୍ରମ ପ୍ରସ୍ତୁତି କରି ପଠାଯାଉଛି । ପ୍ରକାଶ ଯୋଗ୍ୟ ଯେ, ଗଞ୍ଜାମ ଜିଲ୍ଲାର ପ୍ରାୟ ୭୦ ପ୍ରତିଶତ ବିଦ୍ୟାର୍ଥୀଙ୍କ ନିକଟରେ ସ୍ମାର୍ଟଫୋନ ନାହିଁ । ଜିଲ୍ଳାର ଅନେକ ଦୁର୍ଗମ ଅଞ୍ଚଳରେ ନେଟୱର୍କର ଅଭାବ ସ୍ପଷ୍ଟ ପରିଲକ୍ଷିତ ହୋଇଛି । ଏଭଳି ସ୍ଥିତିରେ ପିଲାଙ୍କ ପାଠପଢ଼ାରେ ଯେଭଳି ବ୍ୟାହତ ନହୁଏ ସେଥିପ୍ରତି ଦୃଷ୍ଟିଦେଇ ସେମାନଙ୍କୁ ଯେଉଁମାନଙ୍କଠାରେ ସ୍ମାର୍ଟଫୋନ ରହିଛି ସେମାନଙ୍କ ସହ ମିଶି ଅଧ୍ୟୟନ କରିବା ପାଇଁ ପରାମର୍ଶ ଦିଆଯାଇଛି ।
ପୂର୍ବରୁ ଯେଭଳି ଭାବେ ହ୍ୱାଟ୍ସଅପ୍ ଗ୍ରୁପରେ ପାଠ ପଢ଼ାଯାଉଥିôଲା ସେହି ପ୍ରକ୍ରିୟାରେ ବି ପାଠ ପଢ଼ାଇବା ନେଇ ଉଦ୍ୟମ ଜାରି ରହିଛି ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ପରୀକ୍ଷା ନିକଟତର ହୋଇଥିବାରୁ ସମସ୍ତଙ୍କୁ ବିଷୟ ଗୁଡିକୁ କେଉଁ ବିଦ୍ୟାର୍ଥୀ କେତେ ଗ୍ରହଣ କରିପାରିଛନ୍ତି ସେ ନେଇ ଶିକ୍ଷକମାନଙ୍କୁ ସମୀକ୍ଷା କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହା ବ୍ୟତୀତ ବହୁ ମାସ ଧରି ବିଦ୍ୟାଳୟକୁ ଆସିପାରୁନଥିବାରୁ ସେମାନଙ୍କ ଠାରେ କ୍ରୀଡ଼ା ଶ୍ରମ ହ୍ରାସ ପାଇଛି, ତେଣୁ ଜିଲ୍ଲାର କ୍ରୀଡ଼ା ଶିକ୍ଷକମାନଙ୍କୁ କୁହାଯାଇଛି ଯେ ସେମାନେ ଅନ୍ଲାଇନ୍ରେ ଓ କ୍ଷୁଦ୍ରଗୋଷ୍ଠୀ ଜରିଆରେ ବିଦ୍ୟାର୍ଥୀଙ୍କୁ ଯୋଗ, ବ୍ୟାୟାମ ଆଦିର ପ୍ରଶିକ୍ଷଣ ପ୍ରଦାନ କରୁଛନ୍ତି । ପୂର୍ବରୁ ଜିଲ୍ଲାରେ ଏହି ଶିକ୍ଷକଙ୍କ ଅଭାବ ରହିଥିଲା ସଂପ୍ରତି ସରକାର ଜିଲ୍ଲାକୁ ୪୧ ଜଣ କ୍ରୀଡ଼ା ଶିକ୍ଷକ ନିଯୁକ୍ତି ଦେଇଛନ୍ତି । ତେଣୁ ଏହିକାର୍ଯ୍ୟ ସମାପନ ହେଉଛି। ଫଳରେ ବିଦ୍ୟାର୍ଥୀ ମାନଙ୍କ ମସ୍ତିଷ୍କ ସକ୍ରିୟ ହେବା ସାଙ୍ଗକୁ ବୌଦ୍ଧିକ ବିକାଶ ମଧ୍ୟ ହୋଇପାରୁଛି ।