14.1 C
Bhubaneswar
Sunday, December 14, 2025
Homeଓଡିଶାଓଡ଼ିଶାରେ ପ୍ରଥମ କୋଭିଡ୍ ଆକ୍ରାନ୍ତଙ୍କ ମୃତ୍ୟୁ!

ଓଡ଼ିଶାରେ ପ୍ରଥମ କୋଭିଡ୍ ଆକ୍ରାନ୍ତଙ୍କ ମୃତ୍ୟୁ!

ଭୁବନେଶ୍ୱର: ରାଜ୍ୟରେ ଚଳିତ ବର୍ଷର ପ୍ରଥମ କୋଭିଡ୍ ଆକ୍ରାନ୍ତଙ୍କ ମୃତ୍ୟୁ। ଭୁବନେଶ୍ୱରର ଜଣେ କୋଭିଡ୍ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ବୋଲି ସୂଚନା ମିଳିଛି। କିଛିଦିନ ତଳେ ସେ କୋଭିଡ୍ ଆକ୍ରାନ୍ତରେ ଚିହ୍ନଟ ହୋଇଥିଲେ। କୋଭିଡ୍ ସହ ବହୁ ରୋଗରେ ଆକ୍ରାନ୍ତ ଥିଲେ । ମୃତକ ଜଣେ ବୃଦ୍ଧ, ଘରେ ରହି ଚିକିତ୍ସିତ ହେଉଥିଲେ। ଏ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।

ଓଡ଼ିଶାରେ କୋଭିଡ ମାମଲା ବଢୁ ନଥିବା ଘୋଷି ହେଉଥିବା ରାଜ୍ୟ ସରକାରଙ୍କୁ ଲାଗିଛି ବଡ଼ ଝଟକା । ପ୍ରତିଦିନ ବାହାରୁଛନ୍ତି କୋଭିଡ ରୋଗୀ । ଆଜି ବି ଦୁଇ ଜଣ ସନ୍ଦିଗ୍ଧ ଚିହ୍ନଟ ହୋଇଥିବା ବେଳେ ରୋଗୀ ସଂଖ୍ୟା ୮ରେ ପହଞ୍ଚିଛି । ଏମାନଙ୍କ ଭିତରୁ ଜଣେ ଆଣ୍ଟିଜେନ ଟେଷ୍ଟିଂରୁ କୋଭିଡ ଚିହ୍ନଟ ହୋଇଛନ୍ତି । ତାଙ୍କ ଆରଟିପିସିଆର ରିପୋର୍ଟକୁ ଅପେକ୍ଷା କରିଛି ସ୍ବାସ୍ଥ୍ୟ ବିଭାଗ । ତେଣେ ରାଜ୍ୟରେ ବ୍ୟବହାର ହେଉଥିବା ଆଣ୍ଟିଜେନ କିଟ୍ ଠିକ୍ ଭାବ କାମ କରୁଥିବା ନେଇ ଆରଏମଆରସି ରିପୋର୍ଟ କରିଛି । ଯେଉଁଥି ପାଇଁ ଅଷ୍ଟମ ରୋଗୀଙ୍କ ଆରଟିପିସିଆର ରିପୋର୍ଟ କୋଭିଡ ପଜିଟିଭ ବାହାରିବ ବୋଲି ସ୍ବାସ୍ଥ୍ୟ ବିଭାଗ ଆଶଂକା ପ୍ରକାଶ କରିଛି । ଏଯାଏଁ ଚିହ୍ନଟ ହୋଇଥିବା ୮ ରୋଗୀଙ୍କ ମଧ୍ୟରୁ ୬ ଜଣ ଖୋର୍ଦ୍ଧା ଜିଲ୍ଲାର ହୋଇଥିବାବେଳେ ବାକି ଦୁଇ ଜଣ କଟକ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking