23.1 C
Bhubaneswar
Saturday, October 19, 2024
Homeଦେଶ ବିଦେଶସୁପ୍ରିମକୋର୍ଟରେ ଅଗ୍ନିପଥ୍ ପିଟିିସନ ଖାରଜ

ସୁପ୍ରିମକୋର୍ଟରେ ଅଗ୍ନିପଥ୍ ପିଟିିସନ ଖାରଜ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଦ୍ୱାରା ଗତବର୍ଷ ‘ଅଗ୍ନିପଥ୍‌’ ଯୋଜନାକୁ ବିରୋଧ କରି ଦାଏର କରାଯାଇଥିବା ଦୁଇଟି ପିଟିସନକୁ ସୁପ୍ରିମକୋର୍ଟ ସୋମବାର ଖାରଜ କରିଦେଇଛନ୍ତି । ଏହି ପ୍ରସଙ୍ଗରେ ଦିଲ୍ଲୀ ହାଇକୋର୍ଟ ପୂର୍ବରୁ ଦେଇଥିବା ରାୟକୁ ସୁପ୍ରିମକୋର୍ଟ କାଏମ ରଖିଛନ୍ତି । ସୂୂଚନାଯୋଗ୍ୟ ଅଗ୍ନିପତ୍ ଯୋଜନା କାର୍ଯ୍ୟକାରୀ ହେବାପୂର୍ବରୁ ପ୍ରତିରକ୍ଷା ବିଭାଗରେ ନିଯୁକ୍ତି ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ପ୍ରାର୍ଥୀଙ୍କୁ ଏଥିରେ ସାମିଲ କରିବାକୁ ହାଇକୋର୍ଟରେ ପିଟିସନ ଦାଏର ହୋଇଥିଲା । ତେବେ ହାଇକୋର୍ଟ ଏହାକୁ ଖାରଜ କରିଦେଇଥିଲେ । ଏହାର ପ୍ରତିବାଦରେ ଗୋପାଳକୃଷ୍ଣ ଓ ଏମ.ଏଲ.ଶର୍ମା ନାମକ ଦୁଇ ଆଇନଜୀବୀ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ପ୍ରଧାନ ବିଚାରପତି ଜଷ୍ଟିସ ଡି.ୱାଇ.ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ଗଠିତ ତିନିଜଣିଆ ପୀଠ ସୋମବାର ଏହାର ଶୁଣାଣି କରି କହିଛନ୍ତି ଯେ ହାଇକୋର୍ଟ ସବୁଦିଗକୁ ବିଚାର କରି ରାୟ ଦେଇସାରିଥିବାବେଳେ ଆମେ ସେଥିରେ ହସ୍ତକ୍ଷେପ କରିବାକୁ ଚାହୁଁନାହୁଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking