28.1 C
Bhubaneswar
Saturday, September 28, 2024
Homeଓଡିଶାଶିମିଳିପାଳ ଅଭୟାରଣ୍ୟରେ ବ୍ୟାପୁଛି ନିଆଁ

ଶିମିଳିପାଳ ଅଭୟାରଣ୍ୟରେ ବ୍ୟାପୁଛି ନିଆଁ

ମୟୁରଭଞ୍ଜ: କିଛି ଦିନ ହେବ ଶିମିଳିପାଳ ଅଭୟାରଣ୍ୟରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାପଡିଛି। ଗୋଟିଏ ପାହାଡ ରୁ ଅନ୍ୟ ପାହାଡ କୁ ନିଆଁ ବ୍ୟାପି ବାରେ ଲାଗିଛି । ବନବିଭାଗ ନିଆଁକୁ ଆୟତ୍ତ କରିବା ପାଇଁ ପ୍ରୟାସ ଜାରି ରଖିଥିଲେ ବି କୌଣସି ସୁଫଳ ମିଳି ପାରିନି, ଆଜି ଶିମିଳିପାଳ ଅଭୟାରଣ୍ୟର ୭୨ ଟି ପଏଣ୍ଟରେ ଲାଗିଛି ନିଆଁ । ଉତ୍ତର ଶିମିଳିପାଳରେ ୩୪ ଟି ପଏଣ୍ଟରେ ନିଆଁ ଲାଗିଥିବା ବେଳେ ଦକ୍ଷିଣ ଶିମିଳିପାଳରେ ୩୮ ଟି ପଏଣ୍ଟରେ ଲାଗିଛି ନିଆଁ ।

ନିଆଁ ଲାଗି ଚାରିଆଡ଼େ ଧୂଆଁମୟ ପରିବେଶ ସୃଷ୍ଟି ହୋଇଥିବା ବେଳେ ନିଆଁ ଲିଭାଇବା ପାଇଁ ନାକେଦମ ହେଲାଣି ବନବିଭାଗ । ଶିମିଳିପାଳର ବିଭିନ୍ନ ସ୍ଥାନରେ ନିଆଁ ଲାଗିବା ଯୋଗୁଁ ଶିମିଳିପାଳ ଏବଂ ଶିମିଳିପାଳ ପାଦଦେଶରେ ଥିବା ଗାଁ ଗୁଡିକରେ ଧୂଆଁମୟ ପରିବେଶ ସୃଷ୍ଟି କରିଛି। ଶିମିଳିପାଳ ଅଭୟାରଣ୍ୟରେ ନିଆଁର ପ୍ରକୋପ ଲାଗି ରହିଥିବା ଯୋଗୁଁ ବିପଦରେ ବନ୍ୟଜନ୍ତୁ । ସେହିପରି ନିଆଁ ଲାଗି ଅନେକ ମୂଲ୍ୟବାନ ଗଛ ପୋଡିନଷ୍ଟ ହେଉଛି । ନିଆଁ ଲିଭାଇବା ପାଇଁ ବନବିଭାଗର କର୍ମଚାରୀମାନେ ନିୟୋଜିତ ଥିଲେ ବି ନିଆଁକୁ ଆୟତ୍ତ କରିବା ସମ୍ଭବ ହେଉନାହିଁ ।

ଶିମିଳିପାଳ ମଧ୍ୟରେ ଏବଂ ଶିମିଳିପାଳ ପାଦ ଦେଶରେ ଥିବା ଗାଁରେ ସଚେତନତା କାର୍ଯ୍ୟକର୍ମ କରାଯାଇଥିଲେ ମଧ୍ୟ ମନୁଷ୍ୟକୃତ ନିଆଁ ଲିଭାଇ ପାରୁନି ବନବିଭାଗ , ଯାହା ସମନ୍ୱୟର ଅଭାଵ ରହିଥିବା ଅଭିଯୋଗ ହେଉଛି । ବିଗତ ବର୍ଷରେ ଶିମିଳିପାଳରେ ନିଆଁ ଲାଗିଥିବା ବେଳେ ଅଗ୍ନିଶମ ବିଭାଗ କର୍ମଚାରୀ ଏବଂ ଅଡ୍ରାଫ ଟିମକୁ ନିୟୋଜିତ କରାଯାଇଥିଲା ମାତ୍ର ଚଳିତ ବର୍ଷ ଉପରୋକ୍ତ ଦୁଇ ବିଭାଗକୁ ଏପର୍ଯ୍ୟନ୍ତ କାହିଁକି ନିୟୋଜିତ କରାଯାଉ ନାହଁ ବୋଲି ବୁଦ୍ଧିଜୀବୀ ଏବଂ ପରିବେଶବିତ ମହଲରେ ବିସ୍ମୟ ପ୍ରକାଶ ପାଇଛି ।

ଶିମିଳିପାଳ ଅଭୟାରଣ୍ୟର ସୁରକ୍ଷା ଏବଂ ସଚେତନତା ନାମରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି ହେଲେ ଏହାର ସୁରକ୍ଷା ତ ଦୂରର କଥା ଲାଗି ଥିବା ନିଆଁକୁ ବର୍ତ୍ତମାନ ସୁଦ୍ଧା ଆୟତ୍ତ ମଧ୍ୟ କରାଯାଇପାରିନି । ତେବେ ଏ ସମ୍ପର୍କରେ ଶିମିଳିପାଳ ଉଚ୍ଚ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳି ପାରିନି । ତେବେ ଦେଖିବା ପାଇଁ ବାକି ରହିଲା କେବେ ଏଇ ଶିମିଳିପାଳ ନିଆଁ ଲିଭା ଯାଉଛି ନା ଭଗବାନଙ୍କ ଭରସାରେ ଛାଡି ଦେଉଛି ତାକୁହିଁ ଦେଖିବା ପାଇଁ ବାକି ରହିଲା । ଅନ୍ୟପଟେ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ନିକଟରେ ବର୍ଷା ହେବାର ସମ୍ଭାବନା ଥିବା ବେଳେ ବର୍ଷା ହେଲେ ନିଆଁ ଲିଭିବାର ସମ୍ଭାବନା ରହିଥିବା ଅନୁମାନ କୁରାଯାଉଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking