ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ଜାମିୟା ନଗର ଅଞ୍ଚଳରେ ଭୀଷଣ ଅଗ୍ନିକାଣ୍ଡ। ଏହି ନିଆଁ ଜାମିୟା ନଗରର ତିକୌନା ପାକର୍ର୍ ଅଞ୍ଚଳରେ ମେଟ୍ରୋ ପାର୍କିଂରେ ଲାଗିଛି। ଅଗ୍ନିକାଣ୍ଡ କାରଣରୁ ବହୁ ଗାଡି ପୋଡି ପାଉଁଶ ହୋଇଯାଇଛି। ଘଟଣାସ୍ଥଳରେ ଫାୟାର ବ୍ରିଗେଡ୍ର ୧୧ଟି ଗାଡି ନିଆଁକୁ ନିୟନ୍ତ୍ରଣରେ ଆଣିବାକୁ ଚେଷ୍ଟା କରୁଛି। ଯେଉଁ ପାର୍କିଂ ଗାଡିରେ ନିଆଁ ଲାଗିଛି, ସେଠାରେ ଗାଡିକୁ ଚାର୍ଜ କରାଯାଉଥିଲା। ଦିଲ୍ଲୀ ଅଗ୍ନିଶମ ବାହିନୀର ସୂଚନା ମୁତାବକ, ଜାମିଆ ନଗର ଅନ୍ତର୍ଗତ ମେନ୍ ତିକୋନା ପାର୍କରେ ଥିବା ଗାଡ଼ି ପାର୍କିଂ ସ୍ଥଳରେ ନିଆଁ ଲାଗିଛି ବୋଲି ଭୋର୍ ପ୍ରାୟ ୫.୦୨ ସମୟରେ ଫୋନ୍ ପାଇଥିଲୁ । ତୁରନ୍ତ ଘଟଣାସ୍ଥଳକୁ ସମୁଦାୟ ୭ଟି ଦମକଳ ପଠାଯାଇଥିଲା। କିଛି, ସମୟ ପରେ ନିଆଁ ଲିଭାଇ ଦିଆଯାଇଥିଲା। ଏହି ଅଗ୍ନିକାଣ୍ଡରେ କେହି ମୃତାହତ ହୋଇଥିବାର ଖବର ଏପର୍ୟ୍ୟନ୍ତ ମିଳିନାହିଁ। ସମୁଦାୟ ୧୦ଟି କାର୍, ୧ଟି ମଟର୍ସାଇକେଲ୍, ୨ଟି ସ୍କୁଟି, ୩୦ଟି ନୂଆ ଓ ୫୦ଟି ପୁରୁଣା ଇ-ରିକ୍ସାରେ ନିଆଁ ଲାଗିଥିବା ବେଳେ ସେଗୁଡ଼କ ମଧ୍ୟରୁ ଅନେକ ଭସ୍ମୀଭୂତ ହୋଇଯାଇଛି ବୋଲି ଦିଲ୍ଲୀ ଅଗ୍ନିଶମ ସେବା କହିଛି।