19.1 C
Bhubaneswar
Friday, November 22, 2024
Homeଦେଶ ବିଦେଶଦିଲ୍ଲୀ-ସହରସା ବୈଶାଳୀ ସୁପର୍‌ଫାଷ୍ଟ୍‌ ଏକ୍ସପ୍ରେସ୍‌’ରେ ନିଆଁ

ଦିଲ୍ଲୀ-ସହରସା ବୈଶାଳୀ ସୁପର୍‌ଫାଷ୍ଟ୍‌ ଏକ୍ସପ୍ରେସ୍‌’ରେ ନିଆଁ

ଇଟାୱା: ଉତ୍ତରପ୍ରଦେଶରେ ବୈଶାଳୀ ଏକ୍ସପ୍ରେସରେ ନିଆଁ ଲାଗିଛି। ଦିଲ୍ଲୀରୁ ସହରସା ଯାଉଥିବାବେଳେ ଇଓ୍ବା ନିକଟରେ ଅଗ୍ନିକାଣ୍ଡ ହୋଇଥିବା ସୂଚନା ମିଳିଛି । ଟ୍ରେନର ଏସ-୬କୋଚର ଟଏଲେଟରେ ନିଆଁ ଲାଗିଛି । ନିଆଁ ଲାଗିଯିବାରୁ ଅନ୍ୟୂନ ୧୯ଜଣ ଯାତ୍ରୀ ଆହତ ହୋଇଥିବା କଥା ‘ଇଣ୍ଡିଆ ଟୁଡେ’ ରିପୋର୍ଟ କରିଛି। ରେଳବାଇ ‘ସିଓ’ ଉଦୟ ଶଙ୍କର କହିଛନ୍ତି, ଟ୍ରେନ୍‌ଟି ଦିଲ୍ଲୀରୁ ବିହାରର ସହରସାକୁ ଯାଉଥିବା ବେଳେ ରାତି ପ୍ରାୟ ୨.୩୦ରେ ପାଣ୍ଟ୍ରି କାର୍‌ ନିକଟରେ ଥିବା ‘ଏସ୍‌୬’ କୋଚ୍‌ରେ ନିଆଁ ଲାଗିଯାଇଥିଲା। ନିଆଁ କାହିଁକି ଲାଗିଲା, ତାହା ହଠାତ୍‌ ଜଣାପଡ଼ିନାହିଁ।

ସେ ଆହୁରି ମଧ୍ୟ କହିଛନ୍ତି, ପାଣ୍ଟ୍ରି କାର୍‌ ନିକଟ କୋଚ୍‌ ବା ବଗିରେ ଘଟିଥିବା ଏହି ଅଗ୍ନିକାଣ୍ଡ ଯୋଗୁଁ ୧୯ଜଣ ଯାତ୍ରୀ ଆହତ ହୋଇଛନ୍ତି। ନିଃଶ୍ବାସପ୍ରଶ୍ବାସଜନିତ ସମସ୍ୟା ଦେଖା ଦେବାରୁ ୧୧ଜଣ ଯାତ୍ରୀଙ୍କୁ ‘ପିଜିଆଇ’କୁ ‘ରେଫର୍‌’ କରାଯାଇଛି। ପୋଡ଼ିଯାଇ ସାମାନ୍ୟ ଆହତ ହୋଇଥିବା ବାକି ୮ଜଣ ଯାତ୍ରୀଙ୍କୁ ଜିଲ୍ଲା ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ନିଆଁ ଲାଗିବାର କାରଣ ଜାଣିବା ଲାଗି ତଦନ୍ତ କରାଯିବ।

ସୂଚନାଯୋଗ୍ୟ, ଏହା ହେଉଛି ଇଟାୱାରେ ଟ୍ରେନ୍‌ ଅଗ୍ନିକାଣ୍ଡ ସମ୍ବନ୍ଧୀୟ ଦ୍ବିତୀୟ ଘଟଣା। ବୁଧବାର ଦିନ ଏଠାରେ ‘ନୂଆଦିଲ୍ଲୀ-ଦରଭଙ୍ଗା ସୁପର୍‌ଫାଷ୍ଟ୍‌ ଏକ୍ସପ୍ରେସ୍‌’ର ୩ଟି ବଗିରେ ନିଆଁ ଲାଗିଯାଇଥିଲା। ଏହି ଅଗ୍ନିକାଣ୍ଡରେ ଅଳ୍ପ କେତେଜଣ ଯାତ୍ରୀ ସାମାନ୍ୟ ଆହତ ହୋଇଥିଲେ ବୋଲି ସରକାରୀ ଅଧିକାରୀମାନେ କହିଥିଲେ। ସଂଗୃହୀତ ସୂଚନା ଅନୁସାରେ, ଟ୍ରେନ୍‌ରେ ନିଆଁ ଲାଗିବାକ୍ଷଣି କେତେଜଣ ଯାତ୍ରୀ ବାହାରକୁ ଡେଇଁ ପଡ଼ିଥିଲେ। ଟ୍ରେନ୍‌ର କ୍ଷମତାଠାରୁ ଯାତ୍ରୀସଂଖ୍ୟା ଅଧିକ ଥିଲେ ବୋଲି ବିଶେଷସୂତ୍ରରୁ ଜଣାପଡ଼ିଛି। ଇଟାୱାର ବରିଷ୍ଠ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ କହିଛନ୍ତି, ବିଜୁଳି ‘ସର୍ଟ ସର୍କିଟ୍‌’ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା କଥା ପ୍ରାଥମିକ ତଦନ୍ତରୁ ଜଣାପଡୁଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking