ନୂଆଦିଲ୍ଲୀ: ଯୁଦ୍ଧ ଜାହାଜ ଆଇଏନ୍ଏସ୍ ବ୍ରହ୍ମପୁତ୍ରରେ ରବିବାର ଅକସ୍ମାତ ଅଗ୍ନିକାଣ୍ଡ ଘଟିଥିବା ସମ୍ପର୍କରେ ସୂଚନା ମିଳିଛି । ତେବେ ଏହି ଅଘଟଣରେ ଜଣେ ଜୁନିଅର ସେଲର ବା କନିଷ୍ଠ ନାବିକ ଏବେ ବି ନିଖୋଜ ଅଛନ୍ତି । ତାଙ୍କ ସମ୍ପର୍କରେ ସୂଚନା ପାଇବା ପାଇଁ ନୌସେନା ପକ୍ଷରୁ ବ୍ୟାପକ ପ୍ରୟାସ ଜାରି ରହିଛି । ସୋମବାର ଭାରତୀୟ ନୌସେନା ଏହି ସୂଚନା ଦେଇଛି । ନୌସେନା କହିଛି ଯେ, ମୁମ୍ବାଇରେ ଥିବା ନୌସେନା ଡକୟାର୍ଡରେ ଆଇଏନ୍ଏସ୍ ବ୍ରହ୍ମପୁତ୍ରର ମରାମତି କାର୍ଯ୍ୟ ଚାଲିଥିବା ବେଳେ ଏଥିରେ ନିଆଁ ଲାଗିଯାଇଥିଲା । ପରେ ଜାହାଜଟି ଗୋଟିଏ ପାଶ୍ୱର୍କୁ ଖସିଯାଇଥିଲା । ତେବେ ଜାହାଜର କ୍ରୁ ସଦସ୍ୟ ଓ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିବାକୁ ସକ୍ଷମ ହୋଇଛନ୍ତି । ସେମାନଙ୍କ ଉପସ୍ଥିତ ବୃଦ୍ଧି ଯୋଗୁ ବନ୍ଦରରେ ଥିବା ଅନ୍ୟ କୌଣସି ଜାହାଜ କିମ୍ବା ଡକୟାର୍ଡକୁ ନିଆଁ ବ୍ୟାପିନଥିଲା । ନିଆଁ ଆୟତ୍ତ ହେବା ପରେ ଯାଞ୍ଚ ଓ ଅନ୍ୟାନ୍ୟ ମରାମତି କାମ କରାଯାଇଛି । ଅନ୍ୟପକ୍ଷେ ନିଖୋଜ ସେଲରଙ୍କ ସନ୍ଧାନ ପାଇବା ପାଇଁଦ୍ଧ୍ ପ୍ରୟାସ ଜାରି ରହିଛି ।