ନୂଆଦିଲ୍ଲୀ : ଭାରତବର୍ଷ ହେଉଛି ବୀର ପୁରୁଷଙ୍କ ଜନ୍ମ ମାଟି । ଏହି ମାଟିରେ ଅନେକ ଯୋଦ୍ଧା , ବୀର ପୁରୁଷ , ସ୍ୱାଧିନତା ସଂଗ୍ରାମୀମାନେ ଜନ୍ମ ନେଇଥାନ୍ତି । ଯାହାକି ଆଜି ଏହି ମାଟିରେ ଯିଏ ପାଦ ଦିଏ ସିଏ ଗର୍ବ ଅନୁଭବ କରେ । ଏହି ବୀରପୁରୁଷର ଗୁୁଣଗାନ ଆଜି ସାରା ଭାରତ କରୁଛି । ତାଙ୍କର ଅବଦାନ ଭାରତବର୍ଷ ପାଇଁ ଅତୁଳନୀୟ । ସେ ଥିଲେ ସାହସୀ , ଭୀରୁ । ବ୍ରିଟିଶ କାଳରେ ସେ ସେମାନଙ୍କୁ ଠିକ ଜବାବ ଦେଉଥିଲେ । ଏଥିପାଇଁ ସେ କେବେ ପଛଘୁଞ୍ଚା ଦେଉ ନଥିଲେ । ଇଟାର ଜବାବ ପଥରରେ ଦେଲା ପରି ସେ ବ୍ରିଟିଶ ମାନଙ୍କୁ କଥା କହି ଲୋକମାନଙ୍କ ଜୀବନ ବଞ୍ଚାଉଥିଲେ ।ଆଜି ହେଉଛି ଜାନୁଆରୀ ୨୩ ତାରିଖ । ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜନ୍ମ ଜୟନ୍ତୀ । ସେ ଜାନୁୟାରୀ ୨୩ ତାରିଖ ୧୯୯୭ରେ କଟକ ଓଡିଆ ବଜାରରେ ଜନ୍ମ ଗ୍ରହଣ କରିଥିଲେ । ମୋତେ ରକ୍ତ ଦିଅ , ମୁଁ ତୁମକୁ ସ୍ୱାଧିନତା ଦେବି ର ଆହ୍ୱାନ ଗେଇ କୋଟି କୋଟି ଭାରତୀୟଙ୍କ ମନରେ ସ୍ୱାଧୀନ ଭାରତର ସ୍ୱପ୍ନ ସାକାରର ଆଶା ଆଣିବା ସହ ପ୍ରତାପୀ ଇଂରେଜ ସରକାରର ହୃଦକମ୍ପନ ବଢାଇ ଦେଉଥିବା ବ୍ୟକ୍ତି ଆଉ କେହି ନୁହଁନ୍ତି ସେ ହେଉଛନ୍ତି ନେତାଜୀ ସୁଭାଷ ଚନ୍ଦ୍ର ବୋଷ । ନେତାଜୀଙ୍କ ଜନ୍ମ ଜୟନ୍ତୀ ସାରା ଦେଶରେ ପାଳନ କରାଯାଏ । ସ୍କୁଲ ଠାରୁ ଆରମ୍ଭ କରି ବିଭିନ୍ନ କାଯ୍ୟାଳୟରେ ମଧ୍ୟ ପାଳନ କରାଯାଇଥାଏ । ବିଦ୍ୟାଳୟରେ ଛୋଟ ଛୋଟ ଶିଶୁମାନେ ଭାଷଣ ଦେଇଥାନ୍ତି । ସେ ଦେଶର ସ୍ୱାଧୀନତା ସଂଗ୍ରୀମୀ । ତାଙ୍କର ଜନ୍ମ ଆମର ଓଡିଶାର ଐତିହାସିକ କଟକ ସହରରେ । ବ୍ରିଟିଶ ସରକାରଙ୍କ ନିଯ୍ୟାତନା ତାଙ୍କୁ ବହୁତ ବାଧିଥିଲା । ତେଣୁ ସେ ଗୁଳିର ଜବାବ ଗୁଳି , ଠେଙ୍ଗାର ଜବାବ ଠେଙ୍ଗାରେ ଦେବାକୁ ଚାହୁଁଥିଲେ । ଏଭଳି ମତ ପାର୍ଥକ୍ୟ ଯୋଗୁଁ ଗାନ୍ଧିଜୀ ଓ ନେହେରୁଙ୍କ ଠାରୁ କ୍ରମଶଃ ଦୂରେଇ ଗଲେ । ଏହି କାରଣରୁ ୧୯୩୯ରେ ତୀବ୍ର ପ୍ରତିଦ୍ୱନ୍ଦିତାରେ କଂଗ୍ରେସ ସଭାପତି ରୂପେ ନିର୍ବାଚିତ ହୋଇ ମଧ୍ୟ ଇସ୍ତଫା ପ୍ରଦାନ କରିଥିଲେ । ସେ ଫରୱାର୍ଡ ଗ୍ରୁପ ଗଠନ କରିଥିଲେ । ସେଥିପାଇଁ ତାଙ୍କୁ ଇଂରେଜ ସରକାର ଗୃହବନ୍ଦୀ କରିଥିଲେ । ଦ୍ୱିତୀୟ ବିଶ୍ୱ ଯୁଦ୍ଧରେ ଜାପାନର ହିରୋସୀମା ନାଗାସାଖୀ ଉପରେ ଆମେରିକାର ପରମାଣୁ ବୋମା କ୍ଷେପଣ ହୋଇଥିବା ଯୋଗୁଁ ଜାପାନର ପତନ ପରେ ୧୯୪୫ ମସିହା ଆଗଷ୍ଟ ୧୮ ତାରିଖ ଦିନ ନେତାଜୀଙ୍କର ଏକ ବିମାନ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା ବୋଲି କୁହାଯାଉଛି । କିନ୍ତୁ ଏବେ ବି ସେ ଜୀବିତ ଅଛନ୍ତି ବୋଲି କୋଟି କୋଟି ଭାରତୀୟ ବିଶ୍ୱାସ କରନ୍ତି । ତାଙ୍କ ଅବଦାନ ଭାରତବାସୀଙ୍କ ପାଇଁ ଅତୁଳନୀୟ ଓ ଚିରସ୍ମରଣୀୟ ହୋଇ ରହିଛି ।