18.1 C
Bhubaneswar
Thursday, December 18, 2025
Homeଦେଶ ବିଦେଶମହିଳାଙ୍କ ଅପେକ୍ଷା ପୁରୁଷଙ୍କ ଉଚ୍ଚତା ଅଧିକ କାହିଁକି ଥାଏ ଜାଣନ୍ତୁ

ମହିଳାଙ୍କ ଅପେକ୍ଷା ପୁରୁଷଙ୍କ ଉଚ୍ଚତା ଅଧିକ କାହିଁକି ଥାଏ ଜାଣନ୍ତୁ

ନୂଆଦିଲ୍ଲୀ: ସାଧରଣତଃ ମହିଳାଙ୍କ ଅପେକ୍ଷା ପୁରୁଷଙ୍କ ଉଚ୍ଚତା ଅଧିକ ଥାଏ। ଆଉ ତାହା ପୁଣି ୫ ଇଞ୍ଚ ପର୍ଯ୍ୟନ୍ତ ଅଧିକ। ଏହାର କାରଣ ରହସ୍ୟ ହୋଇ ରହିଥିଲା। କିନ୍ତୁ ଏବେ ବୈଜ୍ଞାନିକମାନେ ଏକ ନୂଆ ରିସର୍ଚ୍ଚରେ ଏହି ରହସ୍ୟକୁ ସମାଧାନ କରିବା ଦିଗରେ ପଦକ୍ଷେପ ନେଇଛନ୍ତି। ନୂଆ ରିସର୍ଚ୍ଚରୁ ଜଣାପଡିଛି ଏକ ଖାସ୍ କଥା। ତାହା ହେଲା ଏକ ସ୍ବତନ୍ତ୍ର ପ୍ରକାରର ଜିନ୍‌ ପୁରୁଷଙ୍କ ଉଚ୍ଚତାକୁ ବଢାଇବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ।

ଏହି ଜିନ୍‌ ମହିଳାଙ୍କ ଭିତରେ ସମ୍ପୂର୍ଣ୍ଣ ଭାବରେ ସକ୍ରିୟ ହୋଇନଥାଏ, କିନ୍ତୁ ପୁରୁଷଙ୍କ ଭିତରେ ଅଧିକ ପରିମାଣରେ ଆକ୍ଟିଭ ଥାଏ। ଆମେରିକା ଓ ବ୍ରିଟେନ୍‌ର ପ୍ରାୟ ୧ ଲକ୍ଷ ଲୋକଙ୍କ ଜେନେଟିଭ ଡାଟାର ବିଶ୍ଲେଷଣ ପରେ ଏହା ଜଣାପଡିଛି। ରିସର୍ଚ୍ଚରଙ୍କ ମତରେ ଏକ ଖାସ୍ ଜିନ୍ ‘SHOX’ କୁ ଏହି ଉଚ୍ଚତାର ପ୍ରାର୍ଥକ୍ୟ ପଛର ସମ୍ଭାବିତ କାରଣ ବୋଲି କୁହାଯାଉଛି। ଏନ୍‌ଓ୍ବାଇଟିର ରିପୋର୍ଟ ଅନୁସାରେ, ବୈଜ୍ଞାନିକମାନେ ରିସର୍ଚ୍ଚ କରି ଜାଣିବାକୁ ପାଇଛନ୍ତି ଯେ, ଯେଉଁ ଲୋକଙ୍କ ପାଖରେ ଏକ ଅତିରିକ୍ତ Y କ୍ରୋମୋଜୋମ୍ ରହିଥାଏ। ତାଙ୍କର ଉଚ୍ଚତା ମହିଳାଙ୍କ ତୁଳନାରେ ଅଧିକ ହୋଇଥାଏ। ‘SHOX’ X ଓ Y କ୍ରୋମୋଜୋମ୍‌ରେ ମିଳିଥାଏ, କିନ୍ତୁ ଏହା ପୁରୁଷଙ୍କ ଭିତରେ Y କ୍ରୋମୋଜୋମ୍‌ ଉପରେ ଅଧିକ ସକ୍ରିୟ ରହିଥାଏ। ଯାହାଫଳରେ ତାଙ୍କର ଉଚ୍ଚତା ଉପରେ ପ୍ରଭାବ ବଢିଯାଇଥାଏ। ମହିଳାଙ୍କ ଭିତରେ ଏକ X କ୍ରୋମୋଜୋମ୍ ମୁଖ୍ୟ ଭାବରେ ନିଷ୍କ୍ରିୟ ରହିଥାଏ। ତେଣୁ ‘SHOX’ ଜିନ୍ ସମ୍ପୂର୍ଣ୍ଣ ଭାବରେ ସକ୍ରିୟ ହୋଇନଥାଏ।ରିସର୍ଚ୍ଚ ଅନୁସାରେ, ଏହି ଜିନ୍ ପୁରୁଷ ଓ ମହିଳାଙ୍କ ଭିତରେ ହାରାହାରି ଉଚ୍ଚତାର ଫରକକୁ ପ୍ରାୟ ଏକ ଚର୍ତୁଥାଶଂ ବୁଝାଯାଏ। ବାକିର ପ୍ରାର୍ଥକ୍ୟ ଅନ୍ୟ ଜିନ୍ ଓ ପୁରୁଷଙ୍କ ହର୍ମୋନ କାରଣରୁ ହୋଇଥାଏ। ଜେନେଟିକ୍ସ ଏକ୍ସପର୍ଟ ଏରିକ୍ ସାଡଟ୍ ଏହି ରିସର୍ଚ୍ଚକୁ ଖୁବ୍ ରୋମାଞ୍ଚକ ବୋଲି କହିଛନ୍ତି। ସେ କହିଛନ୍ତି ଏହି ରିସର୍ଚ୍ଚ ସେହି ରହସ୍ୟକୁ ବୁଝିବାକୁ ସାହାଯ୍ୟ କରିବ ଯାହା ଏପର୍ଯ୍ୟନ୍ତ ଲୁଚି ହୋଇ ରହିଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking