34.1 C
Bhubaneswar
Friday, October 18, 2024
Homeଓଡିଶାଘୋଷଣା ହେଲେ ଜିଲ୍ଲା ପରିଷଦ ସଭାପତି, ଜାଣନ୍ତୁ କେଉଁ ଜିଲ୍ଲାରୁ କିଏ ହୋଇଛନ୍ତି ନିର୍ବାଚିତ

ଘୋଷଣା ହେଲେ ଜିଲ୍ଲା ପରିଷଦ ସଭାପତି, ଜାଣନ୍ତୁ କେଉଁ ଜିଲ୍ଲାରୁ କିଏ ହୋଇଛନ୍ତି ନିର୍ବାଚିତ

ଭୁବନେଶ୍ୱର : ଆଜି ୩୦ଟି ଜିଲ୍ଲାର ଜିଲ୍ଲା ପରିଷଦ ଗଠନ ପାଇଁ ନିର୍ବାଚନ ଚାଲିଛି । ୮୫୨ ଜିଲ୍ଲା ପରିଷଦ ଜୋନରୁ ବିଜେଡି କବଜାରେ ରହିଛି ୭୬୬ଟି ଜୋନ୍ । ବିଜେଡି ଦଳ ୩୦ଟି ଜିଲ୍ଳା ପରିଷଦରେ ସଂଖ୍ୟା ଗରିଷ୍ଠତା ହାସଲ କରିଛି । ନିର୍ବାଚନରେ ସବୁ ଅଧ୍ୟକ୍ଷ ପଦ ବିଜେଡିକୁ ଯିବା ଏକ ପ୍ରକାର ସ୍ପଷ୍ଟ ବୋଲି ଅନୁମାନ କରାଯାଉଛି । ତେବେ ଏଥିପାଇଁ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି। ତେବେ ଏହାରି ମଧ୍ୟରେ ଯାଜପୁର ଜିଲ୍ଲାର ଜିଲ୍ଲା ସଭାପତିଙ୍କ ନାମ ଘୋଷଣା କରାଯାଇଛି । ତେବେ ଯାଜପୁରରୁ ବିଜେଡି ଦଳର ନଳିନୀପ୍ରଭା ଜେନାଙ୍କୁ ସଭାପତି ଭାବରେ ନିର୍ବାଚିତ କରାଯାଇଛି ।

ବଲାଙ୍ଗିର ଜିଲ୍ଲାରୁ ଦେବକୀ ସାହୁ(ବିଜେଡି), ବରଗଡ଼- ମାନିନୀ ଭୋଇ (ବିଜେଡି), ବାଲେଶ୍ୱର- ନାରାୟଣ ପ୍ରଧାନ (ବିଜେଡି), ଭଦ୍ରକ- ପ୍ରଫୁଲ୍ଲ ଜେନା (ବିଜେଡି), ଦେବଗଡ଼- କୌଶିକ କୁମାର ପ୍ରଧାନ (ବିଜେଡି), ଢେଙ୍କାନାଳ- ଅର୍ଚ୍ଚନା ପୁହାଣ (ବିଜେଡି), ଝାରସୁଗୁଡ଼ା- ତୁଳାବତୀ ମିଞ୍ଜ୍ (ବିଜେଡି), ଜଗତସିଂହପୁର- ମନୋଜ କୁମାର ଭୋଇ (ବିଜେଡି), କେନ୍ଦୁଝର- ସାଗରୀକା ସାହୁ (ବିଜେଡି), କଳାହାଣ୍ଡି- ପୁଷ୍ପେନ୍ଦ୍ର କୁମାର ସିଂହଦେଓ (ବିଜେଡି), କନ୍ଧମାଳ- ନନ୍ଦିନୀ ମଲ୍ଲିକ (ବିଜେଡି), କୋରାପୁଟ- ସସ୍ମିତା ମେଲେକା (ବିଜେଡି) କେନ୍ଦ୍ରାପଡ଼ା- ଗୀତାଞ୍ଜଳି ସେଠୀ (ବିଜେଡି), ମାଲକାନଗିରି- ସମାରୀ ଟାଙ୍ଗୁଲୁ (ବିଜେଡି) ନବରଙ୍ଗପୁର- ମୋତିରାମ ନାୟକ (ବିଜେଡି), ନୂଅାପଡ଼ା- ଡଲି ମାଝୀ (ବିଜେଡି), ନୟାଗଡ଼- ଦେବାଶିଷ ପଟ୍ଟନାୟକ (ବିଜେଡି), ରାୟଗଡ଼ା- ସରସ୍ୱତୀ ମାଝୀ (ବିଜେଡି)
ସମ୍ବଲପୁର- କୁମୁଦିନୀ ନାୟକ (ବିଜେଡିି), ସୁବର୍ଣ୍ଣପୁର- ସୁପାର ଠେଲା (ବିଜେଡି), ସୁନ୍ଦରଗଡ଼- କୁନ୍ତୀ ପ୍ରଧାନ (ବିଜେଡି), ବୌଦ୍ଧ- ପ୍ରଭାସିନୀ ଦାସ (ବିଜେଡି), କଟକ- କିଶୋର ଚନ୍ଦ୍ର ମିଶ୍ର (ବିଜେଡି), ଗଞ୍ଜାମ- ଅଞ୍ଜଳି ସ୍ୱାଇଁ (ବିଜେଡି), ଖୋର୍ଦ୍ଧା- ରୁପଶ୍ରୀରାଣୀ ଗୁମାନସିଂ (ବିଜେଡି), ମୟୂରଭଞ୍ଜ- ଭାରତୀ ହାଂସଦା (ବିଜେଡି), ପୁରୀ- ସ୍ୱପ୍ନାରାଣୀ ସ୍ୱାଇଁ (ବିଜେଡି), ଅନୁଗୁଳ- ବବିତା ପ୍ରଧାନ (ବିଜେଡି), ଗଜପତି- ଜି. ତିରୁପତି ରାଓ (ବିଜେଡି)ନିର୍ବାଚିତ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking