ଭୁବନେଶ୍ୱର: ପ୍ରୋଟିନ ଶରୀର ପାଇଁ ଏକ ଅତ୍ୟନ୍ତ ଗୁରୁତ୍ୱପୂଣ୍ଣ ପୁଷ୍ଟିକର । ଏହା ଆମ ଶରୀର ପାଇଁ ଅନେକ ଲାଭଦାୟକ । ଏପରି ପରିସ୍ଥିତିରେ ଅଧିକ ପ୍ରୋଟିନ ଖାଇବା ଭଲ କି ଖରାପ ଜାଣନ୍ତୁ । ଯଦିଓ ପ୍ରୋଟିନ ଆମ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ, କିନ୍ତୁ ଅଧିକ ସେବନ କରିବା ଏହା ଶରୀର ପାଇଁ ବିପଜନକ ହୋଇପାରେ । ଅତ୍ୟଧିକ ପ୍ରୋଟିନ ଖାଇବା ଦ୍ୱାରା କ୍ୟାଲସିୟମର ଅଭାବ ହୋଇପାରେ । ଅତ୍ୟଧିକ ପ୍ରୋଟିନ ଖାଇବା ଆପଣଙ୍କ ହାଡକୁ କ୍ଷତି ପହଞ୍ଚାଇପାରେ । ଯାହା ଅଷ୍ଟିଓପୋରୋସିସ ସୃଷ୍ଟି କରିପାରେ । ଅତ୍ୟଧିକ ପ୍ରୋଟିନ ଖାଇବା ଦ୍ୱାରା କର୍କଟ ରୋଗର ଆଶଙ୍କା ମଧ୍ୟ ବଢିପାରେ । ଏହା ବ୍ୟତୀତ ଅଧିକ ପ୍ରୋଟିନ ଖାଇବା ଦ୍ୱାରା ଶରୀରରେ ଟ୍ରାଇମେଥିଲାମାଇନ ଏନ- ଅକ୍ସାଇଡ ସ୍ତର ବୃଦ୍ଧି ପାଇପାରେ । ଏହା ହୃଦ ସମ୍ବନ୍ଧୀୟ ରୋଗ ସୃଷ୍ଟି କରିପାରେ । ଅତ୍ୟଧିକ ପ୍ରୋଟିନ ଖାଇବା ଦ୍ୱାରା କିଡନୀ ରୋଗର ଆଶଙ୍କା ବଢିପାରେ । ପେଟରେ ଷ୍ଟୋନ ହେବାର ମଧ୍ୟ ଆଶଙ୍କା ଥାଏ ।










