27.1 C
Bhubaneswar
Saturday, October 19, 2024
Homeଖେଳବଜରଙ୍ଗ ଓ ଅମିତ ସାରୋହାଙ୍କୁ ଆର୍ଥିକ ସହାୟତା

ବଜରଙ୍ଗ ଓ ଅମିତ ସାରୋହାଙ୍କୁ ଆର୍ଥିକ ସହାୟତା

ନୂଆଦିଲ୍ଲୀ: କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ଟୋକିଓ ଅଲିମ୍ପିକ୍ ବ୍ରୋଞ୍ଜ ପଦକ ବିଜେତା ରେସ୍‌ଲର୍ ବଜରଙ୍ଗ ପୁନିଆ ଓ ପାରା-ଆଥ୍‌ଲେଟ୍ ଅମିତ୍ ସାରୋହାଙ୍କ ନିମନ୍ତେ ଆର୍ଥିକ ସହାୟତା ମଞ୍ଜୁର କରାଯାଇଛି । ଇରାନ୍‌ରେ ୧୮ ଦିନର ବିଶେଷ ଟ୍ରେନିଂ କ୍ୟାମ୍ପ୍ ପାଇଁ ବଜରଙ୍ଗଙ୍କୁ ମନ୍ତ୍ରଣାଳୟର ମିଶନ୍ ଅଲିମ୍ପିକ୍ ସେଲ୍ (ଏମ୍‌ଓସି) ପକ୍ଷରୁ ୬.୧୬ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି । ସେହିପରି ଟାର୍ଗେଟ୍ ଅଲିମ୍ପିକ୍ ପୋଡିୟମ୍ ସ୍କିମ୍ (ଟପ୍‌ସ) ଅଧୀନରେ ଏମ୍‌ଓସି ପକ୍ଷରୁ ଏଫ୍‌୫୧ କ୍ଲବ୍ ଥ୍ରୋୟର୍ ଅମିତ୍‌ଙ୍କ ପାଇଁ ୨.୪୫ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି । ଚଳିତ ବର୍ଷର ପାରା-ଏସିଆନ୍ ଗେମ୍ସ ପାଇଁ ଅମିତ୍ ନିଯୁକ୍ତ କରିଥିବା ବ୍ୟକ୍ତିଗତ ଫିଜିଓଥେରାପିଷ୍ଟ୍‌ଙ୍କ ବ୍ୟୟ ବାବଦରେ ଏହି ଅର୍ଥ ମଞ୍ଜୁର କରାଯାଇଛି ।
ବଜରଙ୍ଗ ନୂଆଦିଲ୍ଲୀର କେଡି ଯାଦବ ରେସ୍‌ଲିଂ ଇନ୍‌ଡୋର୍ ଷ୍ଟାଡିୟମ୍‌ରେ ମାର୍ଚ୍ଚ ୨୪ରେ ହେବାକୁ ଥିବା ସିଲେକ୍ସନ୍ ଟ୍ରାଏଲ୍‌ରେ ଭାଗ ନେବେ । ଏହି ସିଲେକ୍ସନ୍ ଟ୍ରାଏଲ୍ ମାଧ୍ୟମରେ ବଜରଙ୍ଗ (୬୫ କେଜି) ମଙ୍ଗୋଲିର ଉଲାନ୍‌ବାଟର୍‌ରେ ହେବାକୁ ଥିବା ସିନିୟର୍ ଏସିଆନ୍ ରେସ୍‌ଲିଂ ଚାମ୍ପିଅନ୍‌ଶିପ୍‌ର ସିନିୟର୍ ଫ୍ରିଷ୍ଟାଇଲ୍ ଓ ଗ୍ରୀକୋ ରୋମାନ୍ ଟିମ୍‌ରେ ନାମ ପଞ୍ଜିକରଣ ଲକ୍ଷ୍ୟରେ ରହିଛନ୍ତି । ସେହିପରି ଅଗଷ୍ଟରେ ହେବାକୁ ଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ା ଏବଂ ପରେ ଏସିଆନ୍ ଗେମ୍ସରେ ମଧ୍ୟ ସେ ଭାଗନେବା ଲକ୍ଷ୍ୟରେ ରହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking