28.1 C
Bhubaneswar
Monday, December 15, 2025
Homeଓଡିଶାକଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେଲା ଏଫଆଇଏଚ ପ୍ରୋ ଲିଗ

କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେଲା ଏଫଆଇଏଚ ପ୍ରୋ ଲିଗ

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମ ଠାରେ ଏଫଆଇଏଚ ପ୍ରୋ ଲିଗ ଆରମ୍ଭ ହୋଇଯାଇଛି। ଏହି ପ୍ରତିଯୋଗିତା ଆଜି ଠାରୁ ଆରମ୍ଭ ହୋଇ ଆସନ୍ତା ଫେବୃଆରୀ ୨୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଆଜି ପ୍ରଥମ ଦିନରେ ଉପ-ମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂ ଦେଓ ଏବଂ କ୍ରୀଡ଼ାମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ମ୍ୟାଚରେ ଉପସ୍ଥିତ ରହି କ୍ରୀଡ଼ାବିତମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କ ଉତ୍ସାହ ବର୍ଦ୍ଧନ କରିଥିଲେ। ଆଜି ପ୍ରଥମ ଦିନରେ ମହିଳା ହକି ବର୍ଗରେ ୨ଟି ଏବଂ ପୁରୁଷ ହକି ବର୍ଗରେ ୧ଟି ମ୍ୟାଚ ଅନୁଷ୍ଠିତ ହୋଇଥିଲା। ସ୍ପେନ ଓ ଜର୍ମାନୀ ମହିଳା ହକି ଦଳ ମଧ୍ୟରେ ହୋଇଥିବା ପ୍ରତିଯୋଗିତାରେ ସ୍ପେନ ମହିଳା ହକି ଦଳ ବିଜୟ ହାସଲ କରିଥିବା ବେଳେ ଭାରତ ଓ ଇଂଲଣ୍ଡ ମହିଳା ହକି ଦଳ ମଧ୍ୟରେ ହୋଇଥିବା ପ୍ରତିଯୋଗିତାରେ ଭାରତୀୟ ମହିଳା ହକି ଦଳ ବିଜୟ ହାସଲ କରିଥିଲେ। ଶେଷରେ ଭାରତ ଓ ସ୍ପେନ ପୁରୁଷ ହକି ଦଳ ମଧ୍ୟରେ ହୋଇଥିବା ପ୍ରତିଯୋଗିତାରେ ସ୍ପେନ ପୁରୁଷ ହକି ଦଳ ବିଜୟ ହାସଲ କରିଥିଲେ। ଆଜି କଳିଙ୍ଗ ଷ୍ଟାଡିୟମରେ ମ୍ୟାଚ ଅନୁଷ୍ଠିତ ହେଉଥିବା ସମୟରେ ଅନେକ ଦର୍ଶକ ଓ କ୍ରୀଡ଼ା ପ୍ରଶଂସକମାନେ ଉପସ୍ଥିତ ରହି କ୍ରୀଡ଼ାବିତମାନଙ୍କର ଉତ୍ସାହ ବର୍ଦ୍ଧନ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking