27.1 C
Bhubaneswar
Sunday, September 29, 2024
Homeଓଡିଶାଓଲ୍ଡ ଟାଉନ୍ ପ୍ରିମିୟର୍ ଲିଗ୍‌ରେ ଫାଇଟର୍ ଚାମ୍ପିଅନ୍ 

ଓଲ୍ଡ ଟାଉନ୍ ପ୍ରିମିୟର୍ ଲିଗ୍‌ରେ ଫାଇଟର୍ ଚାମ୍ପିଅନ୍ 

ଭୁବନେଶ୍ୱର: ପୁରୁଣା ଭୁବନେଶ୍ୱର ଡାକବଙ୍ଗଳା ପଡ଼ିଆଠାରେ ମା’ ଜାଗେଶ୍ୱରୀ କ୍ରିକେଟ୍ କ୍ଲବ୍ ପକ୍ଷରୁ ଓଲ୍‌ଡ ଟାଉନ୍ ପ୍ରିମିୟର୍ ଲିଗ୍‌-୨୦୨୦ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ୍ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଓଲ୍‌ଡ ଟାଉନ୍ ଫାଇଟର୍ ଟିମ୍ ଚାମ୍ପିଅନ୍ ହୋଇଛି । ଫାଇନାଲ୍ ମୁକାବିଲାରେ ଜାଗେଶ୍ୱରୀ ଲାୟନ୍ସ ଟିମ୍ ପ୍ରଥମେ ବ୍ୟାଟିଂ କରି ୭ ୱିକେଟ୍‌ରେ ୪୭ ରନ୍ କରିଥିଲା । ଜବାବରେ ଫାଇଟର୍ ଟିମ୍ ୬ଟି ୱିକେଟ୍ ବିନିମୟରେ ୫୨ ରନ୍ କରି ବିଜୟୀ ହୋଇଥିଲା । ଫଳସ୍ୱରୂପ ଲାୟନ୍ସ ଟିମ୍‌କୁ ରନର୍ସଅପ୍‌ରେ ସନ୍ତୁଷ୍ଟ ହେବାକୁ ପଡ଼ିଛି ।

ଉଦ୍‌ଯାପନୀ ଉତ୍ସବରେ ଅତିଥି ଭାବେ କ୍ଲବ୍‌ର ସମ୍ପାଦକ ସମାଜସେବୀ ଶିବ ପ୍ରସାଦ ବେହେରା, ହେମା ମହାପାତ୍ର, ପୃଥ୍ୱୀକାନ୍ତ ମହାପାତ୍ର, ତପନ ମହାସୁଆର ଓ ରଣ୍‌ଜୀ ଖେଳାଳି ରାଜେଶ ମହାନ୍ତି ଯୋଗଦେଇ ଚାମ୍ପିଅନ୍ ଓ ରନର୍ସଅପ୍ ଟିମ୍‌କୁ ଟ୍ରଫି ପ୍ରଦାନ କରିଥିଲେ । ଏହାଛଡ଼ା ଦୀପକ ମହାପାତ୍ର ଉଭୟ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଓ ମ୍ୟାନ୍ ଅଫ୍ ଦି ସିରିଜ୍ ପୁରସ୍କାର ଗ୍ରହଣ କରିଛନ୍ତି ।

ଆହୁରି ନିରଞ୍ଜନ ସାହାୁ ଶ୍ରେଷ୍ଠ ବୋଲର୍‌, ରାଜୀବ ସାହୁ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ ବିବେଚିତ ହୋଇ ଅତିଥିମାନଙ୍କ ହାତରୁ ପୁରସ୍କାର ଗ୍ରହଣ କରିଥିଲେ । ଟୁର୍ଣ୍ଣାମେଣ୍ଟ୍‌କୁ ସପନ କୁମାର ଦାଶ, କାହ୍ନୁଚରଣ ନାୟକ, ରୋଶନ୍ ପାତ୍ର, ଶ୍ରୀତମ ପଟ୍ଟନାୟକ ଓ ନୀହାର ରଞ୍ଜନ ସାମଲ ଏବଂ କ୍ଲବ୍‌ର ସମସ୍ତ ସଦସ୍ୟ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking