28.1 C
Bhubaneswar
Thursday, July 4, 2024
Homeଓଡିଶାଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୧୫ ବଖରା

ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୧୫ ବଖରା

ଭଦ୍ରକ : ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ। ଜଳିଗଲା ୫ଟି ପରିବାରର ୧୫ ବଖରା ଘର । ଜଳିଗଲେ ଦୁଇ ଗୋରୁ । ସୂଚନାଯୋଗ୍ୟ ଯେ ଭଣ୍ଡାରିପୋଖରୀ ବ୍ଲକ ରହଣିଆ ପଞ୍ଚାୟତର ଆକୁଲି ଗ୍ରାମରେ ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡ ର କାରଣ ଅସ୍ପଷ୍ଟ ରହିଛି । ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି । ବିଳମ୍ବିତ ରାତିରେ କୌଣସି କାରଣରୁ ଏହି ଗ୍ରାମର ରାଜ କିଶୋର ସ୍ୱାଇଁ ଙ୍କ ଘରେ ନିଆଁ ଲାଗିଥିବାରୁ ପଡୋଶୀ ଦେଖିବାକୁ ପାଇଥିଲେ । ନିଶବ୍ଦ ରାତି ହୋଇଥିବାରୁ ନିଆଁ କୁ ଆୟତ କରିବା ପାଇଁ ପଡୋଶୀଙ୍କ ପକ୍ଷ ଅସମ୍ଭବ ହୋଇପଡ଼ିଥିଲା । ଫଳରେ ନିଆଁ ଅନ୍ୟ ଲୋକଙ୍କ ଘରକୁ ବ୍ୟାପି ଯାଇଥିଲା।

ଏ ନେଇ ଭଣ୍ଡାରିପୋଖରୀ ଓ ଯାଜପୁର ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା । ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ଥିଲେ ସୁଧା ସେତବେଳକୁ ୫ ଟି ପରିବାରର ୧୫ ବଖରା ଘର ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଥିଲା । ଏଥିରେ ଗୋଟିଏ ମଟର ସାଇକେଲ ସମ୍ପୂର୍ଣ ପୋଡ଼ିଯାଇଥିବା ବେଳେ ଦୁଇଟି ଗୋରୁ ପୋଡି ହୋଇଯାଇଥିବା ସୂଚନା ମିଳିଛି । ବର୍ତମାନ ଶୀତ ଦିନ ଥିବା ବେଳେ, ଅଗ୍ନି ବିପନ୍ନ ପ୍ରଶାସନ ର ସହାୟତା କୁ ଅନାଇ ରହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking