18.1 C
Bhubaneswar
Saturday, November 23, 2024
Homeଦେଶ ବିଦେଶଫିଫା ବିଶ୍ୱକପ: ପେନାଲ୍‌ଟି ଶୁଟ୍‌ ଆଉଟ୍‌ରେ ଜାପାନକୁ ହରାଇ କ୍ୱାର୍ଟର ଫାଇନାଲରେ କ୍ରୋଏସିଆ

ଫିଫା ବିଶ୍ୱକପ: ପେନାଲ୍‌ଟି ଶୁଟ୍‌ ଆଉଟ୍‌ରେ ଜାପାନକୁ ହରାଇ କ୍ୱାର୍ଟର ଫାଇନାଲରେ କ୍ରୋଏସିଆ

ନୂଆଦିଲ୍ଲୀ: ଫିଫା ବିଶ୍ୱକପ ୨୦୨୨ରେ କ୍ରୋଏସିଆ ଦମ୍‌ଦାର ପ୍ରଦର୍ଶନ କରି କ୍ୱାର୍ଟର ଫାଇନାଲରେ ନିଜର ସ୍ଥାନ ପକ୍କା କରିନେଇଛି । ସୋମବାର ଦିନ ଅଲ-ଜନୌବ ଷ୍ଟାଡିୟମରେ ଖେଳା ଯାଇଛି ଜାପାନ ଏବଂ କ୍ରୋଏସିଆ ମ୍ୟାଚ୍‌ । ଏହି ମ୍ୟାଚ୍‌ରେ କ୍ରୋଏସିଆ ପେନାଲ୍ଟି ଶୁଟ୍‌ ଆଉଟ୍‌ରେ ଜାପାନକୁ ୩-୧ରେ ହରାଇ କ୍ୱାର୍ଟର ଫାଇନାଲରେ ପହଞ୍ଚିଯାଇଛି । ଏହି ମ୍ୟାଚ୍‌ରେ କ୍ରୋଏସିଆର ଡୋମିନିକ୍‌ ଲିବାକୋବିକ୍‌ ବହୁତ ଭଲ ପ୍ରଦର୍ଶନ କରିଛନ୍ତି । ନିର୍ଦ୍ଧାରିତ ସମୟରେ ଦୁଇ ପକ୍ଷ ୧-୧ ଗୋଲରେ ସୀମିତ ଥିଲେ । ପରେ ମ୍ୟାଚ୍‌ର ଫଳାଫଳ ପାଇଁ ପେନାଲ୍ଟି ଶୁଟ୍‌ ଆଉଟ୍‌ର ସାହାରା ନିଆଯାଇଥିଲା ।

ପେନାଲ୍ଟି ଶୁଟ୍‌ ଆଉଟ୍‌ରେ ଜାପାନ ୩ଟି ରେ ବିଫଳ ହୋଇଥିଲା ବେଳେ, କେବଳ ଜାପାନର ଟି.ଅସାନୋ ଗୋଟିଏ ମାତ୍ର ଗୋଲ୍‌ ଦେବାରେ ସଫଳ ହୋଇଥିଲେ । ଅନ୍ୟ ପଟରେ କ୍ରୋଏସିଆ ତରଫରୁ ଏନ୍‌.ବ୍ଲାସିଚ୍‌, ବ୍ରୋଜୋବିଚ୍‌ ଏବଂ ଏମ୍‌. ପଶାଲିଚ୍‌ ପେନାଲ୍ଟି ଶୁଟ୍‌ ଆଉଟ୍‌ରେ ଗୋଲ୍‌ ଦେବାରେ ସଫଳ ହୋଇଥିଲା ବେଳେ, କ୍ରୋଏସିଆର ମାର୍କୋ ଲିବାଜାଙ୍କର ଗୋଲ୍‌ ଆଟେମ୍ପ୍‌ଟ ବିଫଳ ହୋଇଥିଲା । କ୍ରୋଏସିଆ ଜାପାନକୁ ହରାଇ କ୍ୱାର୍ଟର ଫାଇନାଲରେ ବ୍ରାଜିଲକୁ ଭେଟିବ । ବାଜିଲ ମଧ୍ୟ ସାଉଥ କୋରିଆକୁ ହରାଇ କ୍ୱାର୍ଟର ଫାଇନାଲରେ ସ୍ଥାନ ପାଇଛି ।

କେମିତି ଥିଲା ଜାପାନ-କ୍ରୋଏସିଆ ମ୍ୟାଚ୍‌ :

ପ୍ରଥମାର୍ଦ୍ଧରେ ଜାପାନ ବହୁତ ସୁନ୍ଦର ପ୍ରଦର୍ଶନ କରି ଗୋଟିଏ ଗୋଲ୍‌ ଦେଇ ଥିଲା । ଏହି ଗୋଲ୍‌ ୪୩ତମ ମିନିଟ୍‌ରେ ଜାପାନ ଖାତାରେ ପଡ଼ିଥିଲା । ଏହି ଗୋଲଟି ଜାପାନର ଡେଜେନ୍‌ ମଏଡା ମାୟା ୟଶିଦାଙ୍କର ପାସ୍‌କୁ ସୁନ୍ଦର ଗୋଲ କରିଥିଲେ । ପ୍ରଥମାର୍ଦ୍ଧରେ ଜାପାନ ଏବଂ କ୍ରୋଏସିଆ ୩ଟି ଲେଖାଏଁ ଶଟ୍‌ ଗୋଲ୍‌ ଆଟେମ୍ପ୍‌ଟ ନେଇଥିଲେ, କିନ୍ତୁ ଉଭୟ ଦଳ ଗୋଟିଏ ଲେଖାଏଁ ଗୋଲ ଦେବାରେ ସକ୍ଷମ ହୋଇଥିଲେ ।

କ୍ରୋଏସିଆ ଦ୍ୱିତୀୟାର୍ଦ୍ଧରେ ପୁଣି ଲୟକୁ ଫେରିଥିଲା ଏବଂ ମ୍ୟାଛ୍‌କୁ ୧-୧ରେ ବରାବର କରିଥିଲା । ବରାବର ରହିବା ପରେ ଦୁଇ ଟିମ୍‌ ନିର୍ଦ୍ଧାରିତ ସମୟ ପର୍ଯ୍ୟନ୍ତ କୌଣସି ଗୋଲ୍‌ ଦେଇ ପାରି ନଥିଲେ । ସେଥିପାଇଁ ମ୍ୟାଚ୍‌ ଅତିରିକ୍ତ ସମୟକୁ ନିଆଗଲା । ଅତିରିକ୍ତ ସମୟକୁ ୧୫-୧୫ ମିନିଟ୍‌ରେ ଦୁଇ ଭାଗ ହୋଇଥିଲା । ଏହି ଦୁଇ ଭାଗରେ କୌଣସି ଟିମ୍‌ ଗୋଲ୍‌ ଦେଇ ପାରି ନଥିଲେ ସେଥି ପାଇଁ ମ୍ୟାଚ୍‌ ପେନାଲ୍‌ଟି ଶୁଟ୍‌ ଆଉଟ୍‌କୁ ଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking