28.1 C
Bhubaneswar
Saturday, September 21, 2024
Homeଦେଶ ବିଦେଶକେମିକାଲ ଫ୍ୟାକ୍ଟ୍ରିରେ ଭୟଙ୍କର ଅଗ୍ନିକାଣ୍ଡ : ୧ ମୃତ 

କେମିକାଲ ଫ୍ୟାକ୍ଟ୍ରିରେ ଭୟଙ୍କର ଅଗ୍ନିକାଣ୍ଡ : ୧ ମୃତ 

ମୁମ୍ବାଇ : ଗତକାଲି ମହାରାଷ୍ଟ୍ରରେ କେମିକାଲ ଫ୍ୟାକ୍ଟ୍ରିରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଯାହାଫଳରେ ଜଣେ ଶ୍ରମିକଙ୍କର ମୃତ୍ୟୁ ହେବା ସହିତ ୪ ଜଣ ଗୁରୁତର ହୋଇଛନ୍ତି । ସୂଚନା ଅନୁସାରେ, ଗତକାଲି ମହାରାଷ୍ଟ୍ରରେ ଥିବା ଗୋଟେ କେମିକାଲ ଫ୍ୟାକ୍ଟ୍ରିରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡ ପ୍ରଭାବରେ ମଧ୍ୟ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ହୋଇଛି । ଫ୍ୟାକ୍ଟ୍ରିର କର୍ମଚାରୀଙ୍କ ସୂଚନା ଅନୁସାରେ, ଫ୍ୟାକ୍ଟ୍ରିରେ ଦୁଇଟି ଅଟୋ ରହିଥିଲା ପ୍ରଥମେ ଗୋଟେ ଅଟୋରୁ କୌଣସି କାରଣରୁ ନିଆଁ ଲାଗିଯାଇଥିଲା । ଯାହାଫଳରେ ଏହି ନିଆଁ ଫ୍ୟାକ୍ଟ୍ରିକୁ ମଧ୍ୟ ବ୍ୟାପି ଯାଇଥିଲା । ଯାହା ଭୟଙ୍କର ବିସ୍ଫୋରଣରେ ପରିଣତ ହୋଇଯାଇଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking