ପାତ୍ରପୁର: ପାତ୍ରପୁର ବ୍ଲକ ଆଙ୍କୁଲି ପଞ୍ଚାୟତ ଏଲଗଲ ଗ୍ରାମରେ ଏବେ ଜ୍ୱର ଆତଙ୍କ ଦେଖାଦେଇଛି । ଗ୍ରାମରେ ଗତ ଚାରି ପାଞ୍ଚ ଦିନ ମଧରେ ୧୫ରୁ ଊର୍ଦ୍ଧ୍ୱ ଲୋକ ଜ୍ୱରରେ ଆକ୍ରାନ୍ତ ହୋଇଥିବା ଜଣାଯାଇଛି । ଉକ୍ତ ଗ୍ରାମର ଶ୍ରୀମତୀ ବେହେରା, ହରିବନ୍ଧୁ କାର୍ଜି, ଅନିଶା ବେହେରା, ଅନନ୍ୟା କାର୍ଜି, ସୀମା କାର୍ଯି ପ୍ରମୁଖ ପନ୍ଦରରୁ ଊର୍ଦ୍ଧ୍ୱ ବ୍ୟକ୍ତି ଜ୍ୱରରେ ଆକ୍ରାନ୍ତ ଥିବା ଜଣାପଡ଼ିଛି ।
ଏଲଗଲ ଗ୍ରାମଟି ବାଘଲଟି ଜଳଭଣ୍ଡାର ଉପର ପାର୍ଶ୍ୱରେ ଜଙ୍ଗଲ ଘେରା ମଧରେ ରହିଛି । ଗ୍ରାମରୁ ଚିକିତ୍ସା ପାଇଁ ଡାକ୍ତରଖାନା ଯିବାକୁ ହେଲେ ଗୋଟିଏ ଦିଗରେ ବାଘଲଟି ଜଳଭଣ୍ଡାର ରହିଛି । ଅନ୍ୟ ତିନି ପାର୍ଶ୍ୱରେ ଜଙ୍ଗଲ ଘେରି ରହିଛି । ଜଙ୍ଗଲ ଘେରା ଦେଇ ୭ କିଲୋମିଟର ଚାଲି କିମ୍ବା ଦୋଳାରେ ତାଡକାସାହି ଆସିଲେ ୧୦୮ କିମ୍ବା ଗାଡ଼ି ଯୋଗେ ମେଡିକାଲ ଯିବାକୁ ହୁଏ । ସ୍ୱାସ୍ଥ୍ୟ ବିଭାଗ ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ ଚିକିତ୍ସା ସେବା ଯୋଗାଇ ଦେବାକୁ ଗ୍ରାମବାସୀ ନିବେଦନ କରିଛନ୍ତି ।