18.1 C
Bhubaneswar
Tuesday, November 26, 2024
Homeଖେଳସିଜନ୍ ପରେ ସନ୍ନ୍ୟାସ ନେବେ ଫେଲିକ୍ସ

ସିଜନ୍ ପରେ ସନ୍ନ୍ୟାସ ନେବେ ଫେଲିକ୍ସ

ନ୍ୟୁୟର୍କ : ଅଲିମ୍ପିକ୍ସ ଇତିହାସରେ ସବୁଠୁ ସଫଳ ଟ୍ରାକ୍ ଆଣ୍ଡ୍ ଫିଲ୍ଡ ଆଥ୍‌ଲେଟ୍ ଆମେରିକାର ଆଲିସନ୍ ଫେଲିକ୍ସ ଚଳିତ ୨୦୨୨ ସିଜନ୍ ପରେ ଅବସର ନେବାକୁ ଘୋଷଣା କରିଛନ୍ତି । ବୁଧବାର ନିଜ ଇନ୍‌ଷ୍ଟାଗ୍ରାମ୍ ଆକାଉଣ୍ଟ୍‌ରେ ଫେଲିକ୍ସ ଏହି ସୂଚନା ଦେଇଛନ୍ତି । ତାଙ୍କ ଆକର୍ଷଣୀୟ କ୍ୟାରିୟର୍‌ରେ ସେ ସାତଟି ସ୍ୱର୍ଣ୍ଣ ସହ ୧୧ ଅଲିମ୍ପିକ୍ ପଦକ ଏବଂ ୧୩ଟି ୱାର୍ଲ୍ଡ ଚାମ୍ପିଅନ୍‌ଶିପ୍ ଟାଇଟଲ୍ ଜିତିଛନ୍ତି । ୨୦୦ ମିଟରରେ କ୍ୟାରିୟର୍ ଆରମ୍ଭ କରିଥିବା ୩୬ ବର୍ଷୀୟା ଆଲିସନ୍‌୍ ୨୦୦୪ ଏଥେନ୍ସ ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତିଥିଲେ ।

ଏହାପରେ ୨୦୦୫ ୱାର୍ଲ୍ଡ ଚାମ୍ପିଅନ୍‌ଶିପ୍‌ରେ ୧୯ ବର୍ଷ ବୟସରେ ସେ ସର୍ବକନିଷ୍ଠ ଚାମ୍ପିଅନ୍ ହୋଇଥିଲେ । ୨୦୦୮ ବେଜିଂ ଅଲିମ୍ପିକ୍ସର ୪ ଗୁଣା ୪୦୦ ମିଟର ଇଭେଣ୍ଟ୍‌ରେ ସେ ଆମେରିକା ମହିଳା ରିଲେ ଟିମ୍‌କୁ ସ୍ୱର୍ଣ୍ଣ ପଦକ ଜିତାଇଥିଲେ, ଯାହା ଅଲିମ୍ପିକ୍ସରେ ତାଙ୍କର ପ୍ରଥମ ସଫଳତା ଥିଲା । ଗତବର୍ଷ ଟୋକିଓରେ ସେ ୪୦୦ମି.ରେ ବ୍ରୋଞ୍ଜ୍ ଜିତିବା ପରେ ଶେଷଥର ପାଇଁ ୪ ଗୁଣା ୪୦୦ ମିଟର ରିଲେରେ ସ୍ୱର୍ଣ୍ଣ ପଦକ ଜିତିଥିଲେ । ଏହା ତାଙ୍କ କ୍ୟାରିୟର୍‌ର ଦଶମ ଓ ଏକାଦଶ ଅଲିମ୍ପିକ୍ ପଦକ ଥିଲା । ସେହିପରି ୨୦୧୨ରେ ମଧ୍ୟ ସେ ୨୦୦ ମିଟର ବ୍ୟକ୍ତିଗତ ଇଭେଣ୍ଟ୍‌ରେ ଚାମ୍ପିଅନ୍ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking