18.1 C
Bhubaneswar
Monday, November 25, 2024
Homeଓଡିଶାଅନୁଭବ-ବର୍ଷା ମାମଲା : ବର୍ଷାଙ୍କ ଆବେଦନ ଖାରଜ

ଅନୁଭବ-ବର୍ଷା ମାମଲା : ବର୍ଷାଙ୍କ ଆବେଦନ ଖାରଜ

କଟକ:  କଟକର ପାରିବାରିକ ଅଦାଲତରେ ବିଚାର ଚାଲିଥିବା ଅନୁଭବ-ବର୍ଷା ବିବାହ ବିଛେଦ ମାମଲାରେ ବର୍ଷାଙ୍କ ଆବେଦନକୁ ଫାମିଲି କୋର୍ଟ ଖାରଜ କରିଛନ୍ତି । ବର୍ଷାଙ୍କ ଆବେଦନ ଅନୁସାରେ ଭରଣପୋଷଣ ମାମଲାର ଫଇସଲା ନିମନ୍ତେ ତାଙ୍କ ପକ୍ଷରୁ ଗତ ୨୭ ତାରିଖରେ ମାମଲା ରୁଜୁ କରାଯାଇଥିଲା ।  ହେଲେ କୋର୍ଟ ତାଙ୍କ ଆବେଦନକୁ ଖାରଜ କରିବା ସହ ଆସନ୍ତା ମାସ ୧୪ ତାରିଖରୁ ମାମଲାର ସାକ୍ଷ୍ୟଗ୍ର୍ରହଣ ହେବ ବୋଲି ଆଦେଶ ଦେଇଛନ୍ତି । ପୂର୍ବରୁ ଅନୁଭବଙ୍କ ପକ୍ଷରୁ ଏଭିଡେନ୍‌ସ ପିଟିସନ୍ ଦାଖଲ କରାଯାଇଛି । ଏହି ମାମଲାର ତ୍ୱରିତ ଫଇସଲା ନିମନ୍ତେ ଅନୁଭବଙ୍କ ପକ୍ଷରୁ ହୋଇଥିବା ଆବେଦନକୁ ହାଇକୋର୍ଟ  ଖାରଜ କରିଛନ୍ତି ।

କଟକର ପାରିବାରିକ ଅଦାଲତରେ ବିଚାର ଚାଲିଥିବା ଅନୁଭବ-ବର୍ଷା ବିବାହ ବିଛେଦ ମାମଲାର ଅଗ୍ରଗତି ହୋଇଥିବାରୁ ହାଇକୋର୍ଟ ଅନୁଭବଙ୍କ ଆବେଦନ ଯଥାର୍ଥ  ନୁହେଁ ବୋଲି ଦର୍ଶାଇଥିଲେ । ବର୍ଷା ଓ ଅନୁଭବଙ୍କ  ସହ ବୈବାହିକ ଜୀବନକୁ ପୁନଃ ପ୍ରତିଷ୍ଠା ନିମନ୍ତେ କଟକର ପାରିବାରିକ କୋର୍ଟରେ ବର୍ଷାଙ୍କ ପକ୍ଷରୁ  ଆବେଦନ କରାଯାଇଥିଲାବେଳେ ଅନୁଭବଙ୍କ ପକ୍ଷରୁ  ବର୍ଷାଙ୍କୁ ଛାଡପତ୍ର ଦେବାକୁ ଆବେଦନ କରାଯାଇଛି । ପିଟିସନ୍‌ରେ ଦର୍ଶାଯାଇଛି  ଯେ ୨୦୧୪ ମସିହାରେ ଉଭୟଙ୍କ ବିବାହ ହୋଇଥିଲେ ମଧ୍ୟ ବିଭିନ୍ନ ସମୟରେ ଉଭୟଙ୍କ ମଧ୍ୟରେ ମତ ପାର୍ଥକ୍ୟ ରହୁଥିଲା । ସେହିପରି ବର୍ଷା ଶାରିରୀକ ସମ୍ପର୍କ ରଖିବାକୁ ଅନିଛା ପ୍ରକାଶ କରୁଥିଲେ ବୋଲି ଅନୁଭବ ଦର୍ଶାଇଥିଲେ । ବର୍ଷା ମଧ୍ୟ ଅନୁରପ ଭାବେ ଅନୁଭବଙ୍କ ବିରୋଧରେ ଏକ ଭରଣପୋଷଣ ମାମଲା ରୁଜୁ କରିଛନ୍ତି ।

ଏଥିରେ ସେ ପାରିବାରିକ ହିଂସାର ଶିକାର ହେଉଛନ୍ତି ବୋଲି ଦର୍ଶାଇଛନ୍ତି । ମହିଳା ହିଂସା ସୁରକ୍ଷା ଆଇନ ୨୦୦୫ ଅନୁସାରେ ତାଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ପ୍ରାର୍ଥନା କରିଛନ୍ତି ।  ଏପରିସ୍ଥଳେ ସେ କ୍ଷତିପୁରଣ ବାବଦକୁ ଅନୁଭବଙ୍କ ନିକଟରୁ ୧୫ କୋଟି,  ଘରଭଡା ମାସିକ ୨୦ ହଜାର  ଓ ତାଙ୍କର ଚଳିବାକୁ ମାସିକ ୫୦ ହଜାର  ଦାବୀ କରିଛନ୍ତି ।  କଟକର ପାରିବାରିକ ଅଦାଲତର  ମଧ୍ୟସ୍ଥତା କେନ୍ଦ୍ରରେ ଉଭୟଙ୍କ କନ୍‌ସିଲିଏସନ୍ ଚାଲିଥିବାବେଳେ ବର୍ଷା ଏଥିରେ ସହଯୋଗ କରୁନଥିବା ଅନୁଭବ ଦର୍ଶାଇଛନ୍ତି । ଅନୁଭବଙ୍କ ପକ୍ଷରୁ ଏହି ମାମଲାକୁ ଆଇନଜୀବୀ ଆଲୋକ ମହାପାତ୍ର ପରିଚାଳନା କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking