ମସ୍କୋ: ରୁଷ୍ ସରକାରଙ୍କ ଅଧୀନସ୍ଥ ଖବର ପ୍ରସାରଣ ଏଜେନ୍ସି ଟାସ୍ର ଅଭିଯୋଗ କ୍ରମେ ରୁଷ୍ର ଟେଭର୍ସ୍କୋଇ ଜିଲ୍ଲା ଅଦାଲତ୍ ଦେଶରେ ଫେସ୍ବୁକ୍ ଓ ଇନ୍ଷ୍ଟା ଉପରେ ନିଷେଧାଦେଶ ଲାଗୁ କରିଛନ୍ତି । ରୁଷ୍-ୟୁକ୍ରେନ୍ ଯୁଦ୍ଧ ପରିପ୍ରେକ୍ଷୀରେ ଆମେରିକାର ପ୍ରସିଦ୍ଧ ଟେକ୍ କମ୍ପାନୀ ମେଟାର ରୁଷୋଫୋବିଆ ଅର୍ଥାତ୍ ରୁଷ୍ ବିରୋଧୀ ବିଦ୍ୱେଷ ବା ଘୃଣା ମନୋଭାବ ନେଇ ରୁଷ୍ର ବିଭିନ୍ନ ସରକାରୀ ମହଲରୁ ଅଭିଯୋଗ ଆସିଥିଲା । ଏଣିକି ମେଟା ରୁଷ୍ରେ କୌଣସି ପ୍ରକାର ବ୍ୟବସାୟିକ ଗତିବିଧି କରିପାରିବ ନାହିଁ ଓ ନୂଆ କାର୍ଯ୍ୟାଳୟ ମଧ୍ୟ ଖୋଲିପାରିବ ନାହିଁ । ଏହି ଆଦେଶ ତୁରନ୍ତ ପ୍ରଭାବୀ ହେବ ବୋଲି ଅଦାଲତ ଆଦେଶ ଦେଇଛନ୍ତି । ଅପରପକ୍ଷରେ ରୁଷ୍ ବିରୋଧୀ କୌଣସି ମନ୍ତବ୍ୟ ଦେଇନଥିବାରୁ ହ୍ୱାଟ୍ସଆପ୍ ବିରୋଧରେ କୌଣସି ପଦକ୍ଷେପ ନିଆଯାଇନାହିଁ । ଏ ନେଇ ମେଟା ତରଫରୁ କୌଣସି ବିବୃତି ମିଳିନାହିଁ ।