27.1 C
Bhubaneswar
Saturday, October 19, 2024
Homeଖେଳଫାଜା ଇଣ୍ଟରନ୍ୟାସ୍‌ନାଲ୍ ଆଥ୍‌ଲେଟିକ୍ସ ଚାମ୍ପିଅନ୍‌ଶିପ୍‌: ଧରମବୀରଙ୍କ ନୂଆ ଏସୀୟ ରେକର୍ଡ

ଫାଜା ଇଣ୍ଟରନ୍ୟାସ୍‌ନାଲ୍ ଆଥ୍‌ଲେଟିକ୍ସ ଚାମ୍ପିଅନ୍‌ଶିପ୍‌: ଧରମବୀରଙ୍କ ନୂଆ ଏସୀୟ ରେକର୍ଡ

ଦୁବାଇ: ଭାରତୀୟ ପାରା-ଆଥ୍‌ଲେଟ୍ ଧରମବୀର ଏଠାରେ ଚାଲିଥିବା ତ୍ରୟୋଦଶ ଫାଜା ଇଣ୍ଟର୍‌ନ୍ୟାସ୍‌ନାଲ୍ ପାରା ଆଥ୍‌ଲେଟିକ୍ସ ଚାମ୍ପିଅନ୍‌ଶିପ୍‌ର ପୁରୁଷ ଏମ୍‌୩୨/୫୧ କ୍ଲବ୍ ଥ୍ରୋ ଇଭେଣ୍ଟ୍‌ରେ ନୂଆ ଏସୀୟ ରେକର୍ଡ ସହ ରୌପ୍ୟ ପଦକ ଜିତିଛନ୍ତି । ଚାମ୍ପିଅନ୍‌ଶିପ୍‌ର ପ୍ରଥମ ଦିନ ଭାରତକୁ ତିନିଟି ପଦକ ମିଳିଛି । ଧରମବୀରଙ୍କ ବ୍ୟତୀତ ଦେବେନ୍ଦ୍ର ସିଂହ ଏଫ୍‌୪୪ ପୁରୁଷ ଡିସ୍‌କସ୍ ଥ୍ରୋ’ରେ ରୌପ୍ୟ ଏବଂ ଜ୍ୟୋତି ବେହେରା ଟି୩୭/୩୮/୪୭ ମହିଳା ୪୦୦ ମି. ଇଭେଣ୍ଟରେ ବ୍ରୋଞ୍ଜ୍ ପଦକ ଜିତିଛନ୍ତି । ଏଫ୍‌୩୨/୫୧ ପୁରୁଷ କ୍ଲବ୍ ଥ୍ରୋ ଇଭେଣ୍ଟ୍ ଫାଇନାଲ୍‌ରେ ୨୦୧୮ ଏସିଆନ୍ ପାରା-ଗେମ୍ସ ରୌପ୍ୟ ପଦକ ବିଜେତା ଧରମବୀର ଦ୍ୱିତୀୟ ଉଦ୍ୟମରେ ୩୧.୦୯ ମିଟର ଦୂରତା ସହ ଦ୍ୱିତୀୟ ସ୍ଥାନରେ ରହିଥିଲେ । ଏହା ସହିତ ସେ ଏକ ନୂଆ ଏସୀୟ ରେକର୍ଡ ମଧ୍ୟ ସ୍ଥାପନ କରିଛନ୍ତି । ଇଭେଣ୍ଟ୍‌ର ସ୍ୱର୍ଣ୍ଣ ପଦକ ଆଲ୍‌ଜେରିଆର ୱାଲିଦ୍ ଫରହାହ (୩୭.୪୨ ମି.)ଙ୍କୁ ମିଳିଛି । ବିଟ୍ରେନ୍‌ର ଷ୍ଟିଫେନ୍ ମିଲର୍ ୨୯.୨୮ ମି. ସହ ବ୍ରୋଞ୍ଜ୍ ପଦକ ଜିତିଛନ୍ତି । କମ୍ବାଇନ୍‌ଡ ଏଫ୍‌୪୨/୪୩/୪୪ କାଟାଗୋରୀରେ ଦେବେନ୍ଦ୍ର ୫୦.୩୬ ମିଟର ଦୂରତା ସହ ଏଫ୍‌୪୪ ପୁରୁଷ ଡିସ୍‌କସ୍‌ରେ ରୌପ୍ୟ ପଦକ ଜିତିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking