22.1 C
Bhubaneswar
Thursday, February 12, 2026
Homeଅପରାଧଦାନବ ସାଜିଲା ଜନ୍ମ କଲା ବାପା: ୫ ବର୍ଷର ଝିଅକୁ ଜୀବନରୁ ମାରିଦେଲା

ଦାନବ ସାଜିଲା ଜନ୍ମ କଲା ବାପା: ୫ ବର୍ଷର ଝିଅକୁ ଜୀବନରୁ ମାରିଦେଲା

ଲକ୍ଷ୍ନୌ: ଦାନବ ସାଜିଲା ଜନ୍ମ କଲା ବାପା। ନିଜ ୫ ବର୍ଷର ନାବାଳିକାକୁ ଜୀବନରୁ ମାରିଦେଲା। କେବଳ ମାରିଦେଲା ତାହା ନୁହେଁ। ଅତି ବର୍ବର ଭାବରେ ନାବାଳିକାକୁ ଟିକ୍ ଟିକ୍ କରି ବିଲରେ ଫୋପାଡ଼ି ଦେଲା। ଆଉ ଏହି ଲୋମହର୍ଷଣକାରୀ ହତ୍ୟାକାଣ୍ଡ ଘଟାଇବା ପରେ ନିଜେ କାନ୍ଦି କାନ୍ଦି ଭଲ ଅଭିନୟ ମଧ୍ୟ କଲା। ଏପରିକି ଥାନାକୁ ଯାଇ ଝିଅ ନିଖୋଜ ହୋଇଥିବା ନେଇ ଅଭିଯୋଗ ମଧ୍ୟ କଲା। ପୋଲିସ ଅଭିଯୋଗ ଆଧାରରେ ତଦନ୍ତ ଆରମ୍ଭ କଲା। ଏବଂ ପୋଲିସ ପାଖେ ପାଖେ ରହି ସବୁ ଦେଖୁଥିଲା ଅଭିଯୁକ୍ତ ବାପା। ଘର ପାଖରୁ ମାତ୍ର ୧୦୦ ମିଟର ଦୂରରେ ଝିଅର କଟା ମୁଣ୍ଡ ମଧ୍ୟ ପାଇଲା ପୋଲିସ। ହେଲେ ଏବେ ବି ଶରୀରର ଅନେକ ଅଂଶ ଖୋଜି ପାଉନି ପୋଲିସ।

ଏତେ ନିଷ୍ପାପ କଅଁଳ ଛୁଆଟିର ହତ୍ୟା କରିବା ପାଇଁ ତା ହାତ ଟିକେ ହେଲେ ବି ଥରିନି। ଏମିତି ଏକ ବର୍ବର ହତ୍ୟାକାଣ୍ଡ ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ରାମପୁର ମଥୁରା ଥାନା ଅଞ୍ଚଳର ବାହାଦୁରଗଞ୍ଜ ଗାଁରେ। ଜଣେ ବାପା ନିଜ ଜନ୍ମ କଲା ୫ ବର୍ଷର ଝିଅକୁ ବୁଲାଇ ନେବା ବାହାନାରେ କ୍ଷେତରେ ଥିବା ଫାର୍ମ ହାଉସକୁ ନେଇଯାଇଥିଲେ। ଆଉ ସେଠାରେ ନିଜେ ପିନ୍ଧିଥିବା ଟି-ସର୍ଟରେ ଝିଅଟିର ତଣ୍ଟି ଚିପି ମାରି ଦେଇଥିବା ସୂଚନା ମିଳିଛି। ପରେ ସେହି ଫାର୍ମ ହାଉସରେ ଝିଅକୁ ଛାଡ଼ି ପଳାଇ ଆସିଥିଲେ। ଆଉ କିଛି ସମୟ ପରେ ଝିଅକୁ ମେଡିକାଲ ନେବାକୁ ତାଙ୍କର ଇଚ୍ଛା ହେଲା। ତେଣୁ ପୁଣିଥରେ ଫେରି ଫାର୍ମ ହାଉସକୁ ଯାଇଥିଲେ। ଆଉ ସେଠାରେ ଦେଖିଲା ବେଳକୁ ଝିଅଟିର ନିଶ୍ୱାସ ବନ୍ଦ ହୋଇଯାଇଥିଲା। ତେଣୁ ହତ୍ୟା ଘଟଣା ଲୁଚାଇବା ଉଦ୍ଦେଶ୍ୟରେ କୁନି ପିଲାଟିର ଦେହକୁ କାଟି ଟିକ୍ ଟିକ୍ କରି ବିଲର ଏଣେତେଣେ ଫୋପାଡ଼ି ଦେଇଥିଲା। କେଉଁଠି ପଡିଥିଲା ମୁଣ୍ଡ ତ ଆଉ କେଉଁଠି ପଡିଥିଲା ଗୋଡ଼। ତ ଆଉ କେଉଁଠି ପଡିଥିଲା ହାତ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking