ମୁମ୍ବାଇ : ବରଯାତ୍ରୀ ଆସି କନ୍ୟା ଘର ସାମ୍ନାରେ ପହଁଚିଲେ । ନାଚି ମସ୍ତି ବି କଲେ । କିନ୍ତୁ ଆସିଥିବା ବର ସହିତ ବାହା ହୋଇପାରିଲା ନାହିଁ କନ୍ୟା । କନ୍ୟା ପିତା ରାଗରେ ନିଜ ଝିଅର ବିବାହ ଆଉ ଜଣଙ୍କ ସହ କରିଦେଲେ । ବରଯାତ୍ରୀ ଝିଅ ଘର ନିକଟରେ ପହଞ୍ଚିଥିଲେ । ହେଲେ ନିଶାଗ୍ରସ୍ତ ବର ହୋସ ହରାଇ ବସିଥିଲେ । କଣ ହେଲା କେଜାଣି କାରରୁ ଓହ୍ଲାଇ ପଡିଲେ ଓ ସାଙ୍ଗ ମାନଙ୍କ ସହିତ ଭାଙ୍ଗଡା ନାଚିବାକୁ ଲାଗିଲେ । ଏତେ ନାଚିଲେଯେ ଶୁଭ ମୁହୂର୍ତ୍ତ ବି ଗଡ଼ିଗଲା । ଏହି ଘଟଣାକୁ ନେଇ କନ୍ୟା ପିତା ରାଗରେ ବରଯାତ୍ରୀଙ୍କୁ ନିରାଶ କରି ଛାଡିଦେଲେ । ଖାଲି ନିରାଶ କଲେନି ଝିଅର ବିବାହ ଆସିଥିବା ଜଣେ ଅତିଥିଙ୍କ ସହ କରିଦେଲେ ।
ମହାରାଷ୍ଟ୍ର ବୁଲଢାନା ଅଞ୍ଚଳରେ ଏକ ବିବାହ ସମାରୋହର ରୋଚକ ତଥା ଆଶ୍ଚର୍ଯ୍ୟ କରିଦେବା ଭଳି ଖବର ସାମ୍ନାକୁ ଆସିଛି । ନିଶା ଗ୍ରସ୍ତ ବରକୁ ତା ନିଜର ନିଶା ହିଁ ଭାରି ପଡିଗଲା । ବେଢ଼ଙ୍ଗ ଭାବରେ ନାଚିବାରୁ ସେପଟେ ବିବାହ ମୁହୂର୍ତ୍ତ ବି ଗଡ଼ି ଯାଇଥିଲା । ଆଉ ଏଥିରେ କ୍ରୋଧାନ୍ୱିତ ହୋଇ କନ୍ୟା ପିତା ବରଯାତ୍ରୀଙ୍କୁ ତ ନିରାଶ କରି ଫେରେଇ ଦେଲେ । ତା ସହ ନିଜ ଝିଅର ବିବାହକୁ ଆସିଥିବା ଅନ୍ୟ ଜଣେ ଯୁବକ ସହିତ କରିଦେଲେ । ଘଟଣାଟି ପ୍ରକୃତରେ ଏପ୍ରିଲ ୨୪ତାରିଖରେ ବୁଲଢ଼ଣା ଜିଲ୍ଲାର ମାଲାକାପୁର ଗାଁରେ ଘଟିଛି । ମିଡ଼ିଆ ରିପୋର୍ଟ ଅନୁଯାୟୀ ବରଯାତ୍ରୀ ଯେମିତିହିଁ ଝିଅ ଘର ପାଖରେ ପହଞ୍ଚିଥିଲେ, କଣ ହେଲା କେଜାଣି ବର ଜଣଙ୍କ କାରରୁ ଓଲ୍ହାଇ ନାଚିବାକୁ ଲାଗିଲେ । ନିଶାଗ୍ରସ୍ତ ଥିବାରୁ ହୁଏତ ନିଜ ହୋସ ହରାଇ ବସିଥିଲେ । ଆଉ ସେପଟେ ନାଚୁ ନାଚୁ ଶୁଭ ମୁହୂର୍ତ୍ତ ଗଡ଼ି ଯାଇଥିଲା ।
ସେପଟେ ଝିଅର ପିତା ଅଭିଯୋଗ ଆଣିଛନ୍ତିଯେ ମୁହୂର୍ତ୍ତ ଗଡ଼ିବା କାରଣରୁ ତାଙ୍କୁ ଖୁବ ବିରକ୍ତ ଲାଗିଥିଲା । ଆଉ ଯେବେ ସେ ଜାଣିଲେଯେ ତାଙ୍କ ଭାବି ଜ୍ୱାଇଁ ନିଶାଗ୍ରସ୍ତ ଅଛନ୍ତି । ଏହା ଶୁଣି ନିଜକୁ ଆଉ କଣ୍ଟ୍ରୋଲ କରିପାରିଲେ ନାହିଁ । ଆଉ ତା ପରେ ବି ବିଳମ୍ବ ବାବଦରେ ପଚରା ଯିବାରୁ ବରଯାତ୍ରୀ ମାନେ ମାରପିଟ ଆରମ୍ଭ କରିଦେଇଥିଲେ । ଅନ୍ୟ ପକ୍ଷରେ କନ୍ୟା ଘର ବି ଜୋରଦାର ସ୍ୱାଗତ କରି ଖାଇବା ବିନା ସେମାନଙ୍କୁ ଫେରେଇ ଦେଇଥିଲେ । ଯାହାର ବିବାହ ହେବାକୁ ଥିଲା ତାଙ୍କୁ ଫେରିବାକୁ ପଡିଲା ସିନା ଅନ୍ୟ ଜଣଙ୍କର ଭାଗ୍ୟ ଫିଟିଗଲା । ଆଉ ତାଙ୍କର ବିବାହ ହୋଇଗଲା । ଯାହାକୁ କହନ୍ତି ଚଟ ମଙ୍ଗନୀ ଓ ପଟ ବିବାହ । ବିବାହ ସ୍ଥିର ହେବା ପରେ ଯଦି ଝିଅ ବିବାହ ନହୁଏ ଆଉ ବରଯାତ୍ରୀ ଖାଲି ହାତରେ ଫେରିଯାନ୍ତି । ତେବେ କନ୍ୟାକୁ ହିଁ ବଦନାମୀର ସାମ୍ନା କରିବାକୁ ପଡିଥାଏ । ସେପଟେ କନ୍ୟା ବି ନିଜର ଏହି ବିବାହକୁ ନେଇ ଖୁସିଥିବା ଜଣାଯାଇଛି ।