ପଶ୍ଚିମବଙ୍ଗ: ନିଶାଶକ୍ତ ଅବସ୍ଥାରେ ପୁଅକୁ ହତ୍ୟା କଲା ବାପା । ଏଭଳି ଅଭିଯୋଗ ଆସିଛି ପଶ୍ଚିମବଙ୍ଗ ଉତ୍ତର ୨୪ ପରଗଣା ଜିଲ୍ଲା ବନ ଗାଁରୁ । ଗତକାଲି ରାତିରେ ଏହି ଗାଁର ଅମଲ ବିଶ୍ୱାସ ମଦ ପିଇ ଘରକୁ ଫେରିଥିଲା । ଫଳରେ ତାଙ୍କ ପତ୍ନୀ ଓ ପୁଅ ସହିତ ଝଗଡା ହୋଇଥିଲା । ଏଥିରେ ଅମଲ ଉଗ୍ର ହୋଇ ପୁଅ ଆଶିଷ ବିଶ୍ବାସକୁ ହତ୍ୟା କରିଥିଲା । ଏନେଇ ଆଶିଷଙ୍କ ମା’ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହାସହ ଅଭିଯୁକ୍ତ ଅମଲକୁ ଗିରଫ କରିଛି ପୋଲିସ । ତେବେ ନିଶାଗ୍ରସ୍ତ ଅବସ୍ଥାରେ ପୁଅକୁ ହତ୍ୟା କରିଥିବା ଅମଲ ପୁଲିସ ଆଗରେ ସ୍ବୀକାର କରିଛି ।