16.1 C
Bhubaneswar
Monday, February 9, 2026
Homeଓଡିଶାପୁଅକୁ ହାଣିଦେଲା ବାପା

ପୁଅକୁ ହାଣିଦେଲା ବାପା

ରେଢାଖୋଲ: ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ଘୁଙ୍ଗିନାଳୀ ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା। ଗତକାଲି ରାତିରେ କୌଣସି କଥାକୁ ନେଇ ବାପା ରାଜେନ୍ଦ୍ର ଲୋଇ(୫୦) ଓ ପୁଅ ମନୋଜ ଲୋଇଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏହା ତୀବ୍ର ରୂପ ନେଇଥିଲା। ଉତକ୍ଷିପ୍ତ ହୋଇ ବାପା ରାଜେନ୍ଦ୍ର ଲୋଇ ପୁଅ ମନୋଜଙ୍କୁ ଟାଙ୍ଗିଆରେ ଆକ୍ରମଣ କରିଥିଲେ। ଫଳରେ ପୁଅ ଗୁରୁତର ହୋଇଥିଲା। ଏହାପରେ ପଡ଼ୋଶୀଙ୍କ ସହାୟତାରେ ରାଜେନ୍ଦ୍ର ଲୋଇ ପୁଅ ମନୋଜଙ୍କୁ ପ୍ରଥମେ ରେଢ଼ାଖୋଲ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ହେଲେ ତାଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ସେଠାରୁ ମନୋଜଙ୍କୁ ବୁର୍ଲା ଭିମସାରକୁ ସ୍ଥାନାନ୍ତରିତ କରାଯାଇଛି। ତେବେ ଏଯାଏଥାନାରେ କୌଣସି ମାମଲା ରୁଜୁ ହୋଇନାହିଁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking