ସମ୍ବଲପୁର: ପୁଅ ବିବାହ ପାଇଁ ଲଗ୍ନ ପତ୍ର ଦେବାକୁ ଆସୁଥିବା ବେଳେ ବଜ୍ରପାତରେ ବାପାଙ୍କ ମୃତ୍ୟୁ ହୋଇଛି । ସମ୍ବଲପୁର ଯୁଯୁମୁରା ବାଣ୍ଡିଝରଣ ଠାରେ ଘଟିଛି ଅଘଟଣ । ମୃତକ ଜଣକ ହେଲେ ବିପ୍ଲବ ବେହେରା । ବଜ୍ରପାତରେ ବିପ୍ଲବଙ୍କ ସାନ ଭାଇ ବଳରାମ ମଧ୍ୟ ଆହତ ହୋଇଛନ୍ତି । ସୂଚନା ଅନୁସାରେ ବୌଦ୍ଧ ବାଘିଆପଡାର ବିପ୍ଲବଙ୍କ ପୁଅ ସୁଜିତର ବାହାଘର ଘୁଯୁମୁରା ଗହୀରପାଲିରେ ସ୍ଥିର ହୋଇଥିଲା । ଆସନ୍ତା ଏପ୍ରିଲ ୨୫ ତାରିଖରେ ବାହାଘର ଲଗ୍ନ ଥିବା ବେଳେ ଗତକାଲି ଲଗ୍ନ ପତ୍ର ଦେବାକୁ ଗହୀରପାଲିକୁ ବାଇକ ଯୋଗେ ଆସୁଥିଲେ ହଠାତ ବଜ୍ରପାତ ହେବାରୁ ବିପ୍ଲବ ବେହେରାଙ୍କ ମୃତ୍ୟୁ ହୋଇଥିବା ବେଳେ ବଳରାମ ବେହେରା ଆହତ ହୋଇଛନ୍ତି ।










