25.1 C
Bhubaneswar
Tuesday, October 22, 2024
Homeଓଡିଶାମର୍ମନ୍ତୁଦ ସଡକ ଦୁର୍ଘଟଣା: ୨ ମୃତ

ମର୍ମନ୍ତୁଦ ସଡକ ଦୁର୍ଘଟଣା: ୨ ମୃତ

ସୋନପୁର : ସୋନପୁର ଜିଲ୍ଲା ବୀରମହାରାଜପୁର ଥାନା ଉଫୁଲା ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ବିଦ୍ୟୁତ ଖୁଣ୍ଟରେ ପିଟିଲା ହେଲା ବାଇକ୍ । ଏହି ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ କମୀରା ଗାଁର ସମ୍ୱିତ ପ୍ରଧାନ ଏବଂ ବୁଠୀପଦର ଗାଁର ସିପକ ନାଗ ବୋଲି ଜଣାପଡିଛି ।  ରବିବାର ବିଳମ୍ବିତ ରାତିରେ ଉଭୟ ଏକ ବାଇକ୍ ଯୋଗେ ବୀରମହାରାଜପୁର ପଟରୁ ଫେରୁଥିଲେ । ଏହି ସମୟରେ ଉଫୁଲା ନିକଟରେ ଏକ ବିଦ୍ୟୁତ ଖୁଣ୍ଟରେ ପିଟି ହୋଇଥିଲା ।

ଯାହାଫଳରେ ଉଭୟ ରାସ୍ତାରୁ ଛିଟିକି ପଡିଥିଲେ । ଏପିରିକି ଦୁହିଁଙ୍କ ମୁଣ୍ଡ ମାଡ଼ ହୋଇଥିବା ଲାଗି ପ୍ରବଳ ରକ୍ତସ୍ରାବ ହୋଇଥିଲା । ଏହାକୁ ଦେଖି କିଛି ଲୋକ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଆମ୍ବୁଲାନ୍ସ ଯୋଗେ ବୀରମହାରାଜପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଉଭୟଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking