27.1 C
Bhubaneswar
Saturday, October 19, 2024
Homeଓଡିଶାମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ୧ ମୃତ

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ୧ ମୃତ

ବାଲେଶ୍ବର : ବାଲେଶ୍ବର ଜିଲ୍ଲା 60 ନମ୍ବର ଜାତୀୟ ରାଜପଥରର ହଳଦୀପଦା ଗେମନ ବ୍ରିଜ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 2 ଜଣ ଗୁରୁତର ହୋଇଛନ୍ତି ।ସୂଚନା ଅନୁଯାୟୀ, ବସ୍ତା ଥାନା ଅନ୍ତର୍ଗତ ତେନ୍ତୁଳିଆ ଗ୍ରାମର ରାହୁଲ ହାତୀ,ପରେଶ ବେହେରା ଓ ପର୍ଶୁରାମ ବେହେରା ତିନି ଜଣ ସାଙ୍ଗ ଗତକାଲି ବାଇକରେ କୌଣସି କାମରେ ବାଲେଶ୍ବର ଯାଇ ଥିବା ବେଳେ ରାତିରେ ଘରକୁ ଫେରୁଥିଲେ । ଏହି ସମୟରେ ହଳଦୀପଦା ଗେମନ ବ୍ରିଜ ନିକଟରେ ବାଇକର ଚକା ସ୍ଲିପ କରିବାରୁ ବାଇକଟି ସିମେଣ୍ଟ ପାହ୍ଯାରେ ପିଟି ହୋଇ ଭାରସାମ୍ଯ ହରାଇ ଜାତୀୟ ରାଜପଥ ତଳକୁ ଖସି ପଡିଥିଲା ।ପ୍ରବଳ ଶୀତ ଏବଂ ଅନ୍ଧାର ରାତି ଯୋଗୁଂ ଜନଶୂନ୍ଯ ହୋଇଥିବାରୁ ଏମାନଙ୍କୁ କେହି ଦେଖି ପାରି ନଥିଲେ । କିଛି ସମୟ ପରେ ଏମାନଙ୍କର ଚିତ୍କାର ଶୁଣି ସ୍ଥାନୀୟ ଲୋକ ପହଞ୍ଚି ହଳଦୀପଦା ଫାଣ୍ତି ପୋଲିସ ଏବଂ ଜାତୀୟ ରାଜପଥ ପେଟ୍ରୋଲିଂ ଭ୍ଯାନକୁ ଖବର ଦେବା ପରେ ସେମାନେ ପହଞ୍ଚି 3 ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବାଲେଶ୍ବର ମୁଖ୍ଯ ଚିକିତ୍ସାଳୟକୁ ପଠାଇଥିଲେ । ମାତ୍ର ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ରାହୂଲଙ୍କ ମୃତ୍ଯୁ ହୋଇଥିବା ବେଳେ ଅନ୍ଯ ଦୁଇଜଣଙ୍କ ମଧ୍ଯରୁ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ହସପିଟାଲକୁ ସ୍ଥାନାନ୍ତର କରାଯାଇଛି । ମୃତ୍ଯୁ ଖବର ଗ୍ରାମରେ ପହଞ୍ଚିବା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking