27.1 C
Bhubaneswar
Sunday, September 22, 2024
Homeଓଡିଶାମର୍ମନ୍ତୁଦ ସଡକ ଦୁର୍ଘଟଣା : ୧ ମୃତ, ୨ ଗୁରୁତର

ମର୍ମନ୍ତୁଦ ସଡକ ଦୁର୍ଘଟଣା : ୧ ମୃତ, ୨ ଗୁରୁତର

କୋରାପୁଟ : କାର ଧକ୍କାରେ ବାପାର ମୃତ୍ୟୁ ଘଟିଥିବା ବେଳେ ଦୁଇ ଝିଅ ଗୁରୁତର ଆହତ ହୋଇଥିଲେ। କୋରାପୁଟ ଜିଲ୍ଲା ମାଛକୁଣ୍ଡ ଥାନା ଅନ୍ତର୍ଗତ ବିଲାପୁଟ ଗ୍ରାମ ନିକଟରେ ଏହି ଦୁର୍ଘଟଣା ଘଟଛି। ମୃତକ ହେଲେ ହୀରାନା ନିର୍କି। ଆହତ ଦୁଇ ଝିଅଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗତକାଲି ସନ୍ଧ୍ୟାରେ ହୀରାନା ନିର୍କି ସିଲପଣ୍ଡି ଗାଁ ସ୍ଥିତ ସେବା ଆଶ୍ରମ ବିଦ୍ୟାଳୟରୁ ଦୁଇ ଝିଅଙ୍କୁ ନେଇ ବାଇକରେ ନିଜ ଗାଁ ସୁର୍ମୀକୁ ଫେରୁଥିଲେ। ଏହି ସମୟରେ ବିଲପୁଟ ନିକଟରେ ଏକ କାର ସହ ବାଇକର ମୁହାଁମୁହିଁ ଧକ୍କା ହୋଇଥିଲା। ସ୍ଥାନୀୟ ଲୋକେ ତିନି ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଲମତାପୁଟ ଅଶାକିରଣ ମେଡିକାଲରେ ଭର୍ତ୍ତି କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳେ ହୀରାନାଙ୍କ ମୃତ୍ୟୁ ଘଟିଛି। ଗୋଟିଏ ଝିଅର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବା ତାଙ୍କୁ ବିଶାଖାପାଟଣାକୁ ସ୍ଥାନନ୍ତରିତ କରାଯାଇଛି। ଦୁର୍ଘଟଣା ପରେ କାର୍‌ ଡ୍ରାଇଭର ଗାଡ଼ି ଛାଡି ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ପୁଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking