31.1 C
Bhubaneswar
Friday, October 18, 2024
Homeଓଡିଶାମର୍ମନ୍ତୁଦ ସଡକ ଦୁର୍ଘଟଣା: ଯୁବକ ଗୁରୁତର

ମର୍ମନ୍ତୁଦ ସଡକ ଦୁର୍ଘଟଣା: ଯୁବକ ଗୁରୁତର

ଭୁବନେଶ୍ୱର: ଏହି ଥାନା ଅନ୍ତର୍ଗତ କୋଇଲିକନ୍ୟା ଗ୍ରାମ ଛକରେ ସଡ଼କ ଦୁର୍ଘଟଣାରେ ଜଣେ ଦିବ୍ୟାଙ୍ଗ ଯୁବକ ଗୁରୁତର ଆହତ ଆଠଗଡ଼ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣାପଡିଛି।ଘଟଣାରୁ ପ୍ରକାଶ ଯେ ବଡ଼ମ୍ବା ଥାନା ଅନ୍ତର୍ଗତ ମାନପୁର ପଞ୍ଚାୟତ ଗୋବିନ୍ଦପୁର ଗ୍ରାମର ଚନ୍ଦ୍ରମଣି ରାଉତଙ୍କ ପୁଅ ମାନସ ରାଉତ ଜଣେ ଦିବ୍ୟାଙ୍ଗ ସେ ତାଙ୍କ ତିନିଚକିଆ ସ୍କୁଟିରେ ତିଗିରିଆ ଥାନା ଅନ୍ତର୍ଗତ ଗଦାଧର ପୁର ପଞ୍ଚାୟତର କୋଇଲିକନ୍ୟା ଗ୍ରାମ ତାଙ୍କ ଭଉଣୀ ଘରକୁ କୈାଣସି କାର୍ଯ୍ୟରେ ଆସିଥିଲେ କାର୍ଯ୍ୟ ସାରି ଘରକୁ ଫେରିବା

ସମୟରେ କୋଇଲିକନ୍ୟା ଗ୍ରାମ ଛକ ଠାରେ ସମ୍ନାପଟୁ ଆସୁଥିବା ଏକ ୪୦୭ ଟ୍ରକ ଧକ୍କା ଦେବାରୁ ଦିବ୍ୟାଙ୍ଗ ଜଣଙ୍କ ରାସ୍ତା ଉପରେ ଛିଟିକି ପଡ଼ିଥିବା ବେଳେ ୪୦୭ ଟ୍ରକ ଫେରାର ହୋଇଯାଇଥିଲା। ରକ୍ତ ଜୁଡୁବୁଡ ଅବସ୍ଥାରେ ପଡ଼ିଥିବା ଦିବ୍ୟାଙ୍ଗ ଯୁବକଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ସହାୟତାରେ ଆଠଗଡ଼ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତେବେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ କଟକ ବଡ଼ ଡ଼ାକ୍ତରଖାନା ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking