31.1 C
Bhubaneswar
Saturday, September 21, 2024
Homeଓଡିଶାମର୍ମନ୍ତୁଦ ସଡକ ଦୁର୍ଘଟଣା: ଏକାଧିକ ଯାତ୍ରୀ ଗୁରୁତର

ମର୍ମନ୍ତୁଦ ସଡକ ଦୁର୍ଘଟଣା: ଏକାଧିକ ଯାତ୍ରୀ ଗୁରୁତର

ନୟାଗଡ଼ : ନୟାଗଡ଼ ଜିଲ୍ଲା ଲେଙ୍କୁଡିପଡ଼ା ନିକଟରେ ଦୁର୍ଘଟଣା । ରାସ୍ତାରେ ଛିଡା ହୋଇ ଜଣେ ଯୁବତୀ ଏବଂ ଗୋଟିଏ ବାଇକ୍‌କୁ ଧକ୍କା ଦେଲା କାର୍‌ । ଏହାପରେ ଭାରସାମ୍ୟ ହରାଇ ଓଲଟି ପଡିଛି । ତେବେ ଏହି ଦୁର୍ଘଟଣାରେ ୪ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି ।

ଖବର ଅନୁଯାୟୀ, ଗମ୍ଭାଡି ଗାଁ ପୀତବାସ ଖଟେଇ ତାଙ୍କ ସ୍ତ୍ରୀ ଆରତୀ ଖଟେଇ ଏବଂ ଦୁଇ ଜଣ ସଂପର୍କୀୟ ଭୁବନେଶ୍ୱରରେ ଏକ ବାହାଘରରେ ଯୋଗଦେବାକୁ ଯାଇଥିଲେ । ସେଠାରେ ସେ ଗୁରୁବାର ସକାଳୁ ଫେରିଥିଲେ । ପୀତବାସ ନିଜେ ଗାଡି ଚଳାଉଥିଲେ । ଲେଙ୍କୁଡିପଡ଼ା ନିକଟରେ ଗାଡି ଭାରସାମ୍ୟ ହରାଇ ପ୍ରଥମେ କୁରାଳ ଗାଁର ଲିପା ସାମଲଙ୍କୁ ଧକ୍କା ଦେଇଥିଲା ।  ପରେ ରାସ୍ତା କଡ଼ରେ ବାଇକ ଧରି ଛିଡା ହୋଇଥିବା ପୁଆଣିଆ ଗାଁର ଦୁର୍ଗାପ୍ରସାଦ ଘଡେଇଙ୍କୁ ଧକ୍କା ଦେଇଥିଲା । ତେବେ ଦୁର୍ଘଟଣା ଏତେ ଜୋରରେ ଥିଲା ଯେ, ଧକ୍କା ପରେ କାର୍‌ଟି ରାସ୍ତାକଡ଼କୁ ଓଲଟି ପଡିଥିଲା । ଆଉ ଏହି ଦୁର୍ଘଟଣାରେ ବାଇକ୍‌ଟି ଭାଙ୍ଗି ଚୁର୍‌ମାର୍‌ ହୋଇଯାଇଛି ।

ତେବେ ଦୁର୍ଗାପ୍ରସାଦ ନୟାଗଡ଼ କଲେକୁ ପାଠ ପଢିବାକୁ ଆସୁଥିବା ବେଳେ ଲିପା ବସ୍‌ରୁ ଓହ୍ଲାଇ ମାମୁଁ ଘରକୁ ଯିବା ପାଇଁ ଛିଡା ହୋଇଥିଲେ । ଉଭୟଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଅବସ୍ଥା ଗୁରୁତର ଥିବାରୁ ଭୁବନେଶ୍ୱର ସ୍ଥିତ ଏକ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking