26.1 C
Bhubaneswar
Friday, September 20, 2024
Homeଦେଶ ବିଦେଶମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଚାଲିଗଲା ୫ ଜୀବନ

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଚାଲିଗଲା ୫ ଜୀବନ

ଅମରାବତୀ: ଆନ୍ଧ୍ରପ୍ରଦେଶ ବାପତଲା ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଲୋରି ଏବଂ ଅଟୋ ମଧ୍ୟରେ ଧକ୍କା ହେବା ଯୋଗୁଁ ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ରବିବାର ସକାଳେ ବାପତଲା ଜିଲ୍ଲା ସାନ୍ତାମଗୁଲୁର ସରକାରୀ ବିଦ୍ୟାଳୟ ନିକଟରେ ଏହି ଦୁର୍ଘଟଣା ଘଟିଛି । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତାହତଙ୍କୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ, ସକାଳେ ନରସା ରାଓପେଟରୁ ବିନୁକୋଣ୍ଡା ଅଭିମୁଖେ ଏକ ଲୋରି ଯାଉଥିଲା । ଏହି ସମୟରେ ମାର୍କାପୁରମରୁ ଆସୁଥିବା ଏକ ଅଟୋ ସହିତ ମୁହାମୁହିଁ ଧକ୍କା ହୋଇଥିଲା । ଫଳରେ ଅଟୋରେ ଥିବା ତିନି ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା ।

ମୃତକଙ୍କ ମଧ୍ୟରେ ଦୁଇ ଜଣ ମହିଳା ଏବଂ ଜଣେ ପୁରୁଷ ଥିଲେ । ଅନ୍ୟପଟେ ଦୁର୍ଘଟଣାରେ ଚାରି ଜଣ ଗୁରୁତର ଆହତ ହୋଇଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ୧୦୮କୁ ଯୋଗାଯୋଗ କରିଥିଲେ । ଡାକ୍ତରୀ ଚିମ୍ ଘଟଣାସ୍ଥଳରେ ତୁରନ୍ତ ପହଞ୍ଚି ରୋଗୀଙ୍କ ପ୍ରାଥମିକ ଚିକିତ୍ସା ପରେ ନରସା ରାଓପେଟ ସରକାରୀ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ସେଠାରେ ଚିକିତ୍ସାଧିନ ଅବସ୍ଥାରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି । ତେବେ ଅନ୍ୟ ଦୁଇ ଜଣଙ୍କ ଚିକିତ୍ସା ଜାରି ରହିଥିବା ବେଳେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବା ସୂଚନା ମିଳିଛି ।

ଦୁର୍ଘଟଣାରେ ମୃତହାତଙ୍କ ପରିଚୟ ମିଳିଛି । ଅଟୋରେ ଯାଉଥିବା ସମସ୍ତ ଯାତ୍ରୀ ଏକ କ୍ୟାଟେରିଂ କର୍ମଚାରୀ ହୋଇଥିବା ପୋଲିସ ଜାଣିବାକୁ ପାଇଛି । ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି । ନିକଟରେ ବିହାରରେ ଏକ ଟ୍ରକକୁ ସ୍କର୍ପିଓ ଧକ୍କା ଦେବା ଯୋଗୁଁ ୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଥିଲେ । ମୃତକମାନେ ବିହାର କୈମୁର ଜିଲ୍ଲା କୁଡାରି ଗ୍ରାମ ନିବାସୀ ଅଟନ୍ତି । ସମସ୍ତେ କୌଣସି କାମରେ ପଡୋଶୀ ରାଜ୍ୟ ଝାଡଖଣ୍ଡର ରାଞ୍ଚିକୁ ଯାଇଥିଲେ । ରାତିରେ ରାଞ୍ଚିରୁ ସ୍କର୍ପିଓ ଯୋଗେ ନିଜ ଗାଁକୁ ଫେରୁଥିଲେ । ଶିବସାଗର ଅଞ୍ଚଳର ୨ ନମ୍ବର ଜାତୀୟ ରାଜପଥରେ ଗାଡି ଦ୍ରୁତଗତିରେ ଆଗକୁ ବଢୁଥିଲା । ଏତିକି ବେଳେ ଦୁର୍ଭାଗ୍ୟବଶତଃ ଚାଳକଙ୍କ ଆଖି ଲାଗି ଯାଇଥିଲା । ଫଳରେ ଗାଡି ଦ୍ରୁତଗତିରେ ଥିବାରୁ ସିଧା ରାସ୍ତାକଡରେ ଛିଡା ହୋଇଥିବା ଏକ ଟ୍ରକ ସହ ପଛପଟୁ ଧକ୍କା ହୋଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଗାଡ଼ିଟି ପୁରା ଚୁରମାର୍ ହୋଇଯାଇଥିଲା । ଫଳରେ ୭ ଜଣଙ୍କ ମୃତ୍ୟୁ ଘଟିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking