32.1 C
Bhubaneswar
Friday, June 21, 2024
Homeଦେଶ ବିଦେଶମର୍ମନ୍ତୁଦ ସଡକ ଦୁର୍ଘଟଣା : ୮ ମୃତ

ମର୍ମନ୍ତୁଦ ସଡକ ଦୁର୍ଘଟଣା : ୮ ମୃତ

ଉତ୍ତରପ୍ରଦେଶ : କୁଡ଼ିଆ ଘରେ ଶୋଇଥିବା ବେଳେ ହଠାତ୍‌ ମାଡି ଆସିଲା ମୃତ୍ୟୁ। ରାସ୍ତା କଡ଼ରେ ଥିବା ଏକ କୁଡ଼ିଆ ଘର ଉପରେ ଓଲଟି ପଡ଼ିଲା ବାଲି ବୋଝେଇ ଟ୍ରକ୍‌। ଏଥିରେ ଗୋଟଏ ପରିବାରର ୮ ଜଣଙ୍କ ମୃତ୍ୟୁ ହୋଇଛି। ଉତ୍ତରପ୍ରଦେଶର ହରଦୋଇ ଅଞ୍ଚଳରେ ଘଟିଛି ଏଭଳି କିଛି ଦୁର୍ଘଟଣା। ଉତ୍ତରପ୍ରଦେଶର ହରଦୋଇ ମଲ୍ଲାମ୍ବା ଥାନା ଅଞ୍ଚଳରେ ଆଜି ଭୋରୁ ଏହି ଦୁର୍ଘଟଣା ଘଟିଛି। ରାସ୍ତା କଡରେ ଥିବା ଏକ କୁଡ଼ିଆ ଘରେ ଗୋଟିଏ ପରିବାରର ୮ ଜଣ ଲୋକ ଶୋଇଥିବା ବେଳେ ଦ୍ରୁତ ଗତିରେ ଆସି ଏକ ବାଲି ବୋଝେଇ ଟ୍ରକ୍‌ ସେମାନଙ୍କ ଉପରେ ଓଲଟି ପଡିଛି। ଏଥିରେ ସମସ୍ତଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଦୁଇ ଜଣ ପୁରୁଷ, ଦୁଇ ମହିଳା ଏବଂ ଚାରି ଜଣ ଶିଶୁ ଅଛନ୍ତି। ସମସ୍ତେ ଗୋଟିଏ ପରିବାରର ବୋଲି କୁହାଯାଏ। ବୁଧବାର ଭୋରୁ ଏକ ଟ୍ରକ ଗଙ୍ଗା କୂଳରୁ ବାଲି ଖନନ କରିବା ପରେ ହରଦୋଇ ଆଡକୁ ଯାଉଥିଲା। ଅତ୍ୟଧିକ ବାଲି ବୋଝେଇ ହୋଇଥିବା ଯୋଗୁ ଟ୍ରକଟି ନିୟନ୍ତ୍ରଣ ହରଯାଇଥିଲା। ରାସ୍ତାରେ ଟର୍ଣ୍ଣିଂ ବେଳେ ଏହା କୁଡ଼ିଆ ଘର ଉପରେ ଓଲଟି ପଡିଥିଲା। ଏହି କାରଣରୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି। ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking