20.1 C
Bhubaneswar
Saturday, February 14, 2026
Homeଦେଶ ବିଦେଶମର୍ମନ୍ତୁଦ ସଡକ ଦୁର୍ଘଟଣା : ୭ ମୃତ

ମର୍ମନ୍ତୁଦ ସଡକ ଦୁର୍ଘଟଣା : ୭ ମୃତ

ଆଗ୍ରା : କାର୍‌କୁ ପିଟିଲା ହାଇସ୍ପିଡ୍‌ ବସ୍‌। ଏହାପରେ ବସ୍‌ଟି ୫୦ ଫୁଟ ତଳକୁ ଖସିପଡିଲା। ଫଳରେ ଏଥିରେ ୭ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ୩୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଆଗ୍ରା ଲକ୍ଷ୍ନୌ ଏକ୍ସପ୍ରେସ୍‌-ଓ୍ୱରେ ଘଟିଛି ଏଭଳି କିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ପୁଲିସ ସୂଚନା ମୁତାବକ, ଶନିବାର ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି। ରାଏ ବରେଲିରୁ ଦିଲ୍ଲୀ ଯାଉଥିବା ଏକ ଡବଲ ଡେକର ବସ୍ ରାତି ପ୍ରାୟ ସାଢ଼େ ୧୨ଟାରେ ଏକ କାର୍‌ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଏହପରେ ବସ୍‌ଟି ଏକ୍ସପ୍ରେସ୍‌-ଓ୍ୱେରୁ ୫୦ ଫୁଟ ତଳକୁ ଖସିପଡିଥିଲା।
ଏହି ଦୁର୍ଘଟଣାରେ କାର୍‌ରେ ଥିବା ୩ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି। ସେହପରି ବସ୍‌ରେ ଥିବା ୪ ଜଣ ଯାତ୍ରୀ ମଧ୍ୟ ପ୍ରାଣ ହରାଇଛନ୍ତି। ୩୫ ଜଣ ଆହତ ହୋଇଛନ୍ତି। ବସ୍‌ରେ ମୋଟ ୬୦ ଜଣ ଯାତ୍ରୀ ଥିଲେ।ସୂଚନା ମିଳିବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରିଛି। ଦୁର୍ଘଟଣା ବେଳେ ବସ୍‌ରେ ଥିବା ସମସ୍ତ ଯାତ୍ରୀ ଶୋଇଥିଲେ। ଏହି ସମୟରେ ହଠାତ୍‌ ବିପରିତ ଦିଗରେ ଏକ କାର୍‌ ମାଡି ଆସିଥିଲା। ଫଳରେ ବସ୍‌ଟି ନିୟନ୍ତ୍ରଣ ହରାଇ କାର୍‌କୁ ଧକ୍କା ଦେବା ସହ ଖାଇକୁ ଖସିପଡିଥିଲା। ପୁଲିସ ପୂରା ଘଟଣାର ତଦନ୍ତ ଜାରି ରଖିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking