ଉତ୍ତରପ୍ରଦେଶ : ସୋମବାର ବିଳମ୍ବିତ ରାତିରେ ଉତ୍ତରପ୍ରଦେଶର ହାପୁଡ଼ ଜିଲ୍ଲାରେ ଏକ କାର ଗାଜିଆବାଦରୁ ଗଜରୌଲା ଅଭିମୁଖେ ଯାଉଥିଲେ। କାର୍ଟି ଦ୍ରୁତ ଗତିରେ ଥିବା ବେଳେ ଡ୍ରାଇଭର ନିୟନ୍ତ୍ରଣ ହରାଇବାରୁ ତାହା ଡିଭାଇଡରରେ ପିଟି ହୋଇଥିଲା। ଏହାପରେ ଗାଡ଼ିଟି ଜାତୀୟ ରାଜପଥରେ ଓଲଟି ପଡ଼ିଥିଲା। ଉକ୍ତ ସମୟରେ ବିପରୀତ ଦିଗରୁ ଆସୁଥିବା ଟ୍ରକ୍ଟି କାର୍କୁ ପିଟିଥିଲା। ଯାହାଫଳରେ ଏଭଳି ଭୟଙ୍କର ଦୁର୍ଘଟଣା ଘଟିଥିଲା । ଏହି ଦୁର୍ଘଟଣାର ଗୋଟିଏ ପରିବାରର ୬ ଜଣଙ୍କ ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣାର ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ।