ହାଇଦ୍ରାବାଦ: ବିବାହ ପ୍ରସ୍ତାବ ନେଇ କର୍ଣ୍ଣାଟକରୁ ଆସିଥିଲେ ତେଲେଙ୍ଗାନା । ଘରକୁ ଫେରିବା ବେଳେ ବାଟରେ ଛକିଥିଲା ମୃତ୍ୟୁ । ଭାରସାମ୍ୟ ହରାଇ ଗଛରେ କାର ପିଟି ହେବାରୁ ୫ ଜଣଙ୍କର ଜୀବନ ଦୀପ ଲିଭିଯାଇଛି । ଆଜି ଭୋର ସମୟରେ ୱାନାପାର୍ôଥ ଜିଲ୍ଲାର କୋଥାକୋଟା ଅଞ୍ଚଳ ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ୭ ଜଣ ଆହତ ହୋଇଥିବା ବେଳେ ଚିକିତ୍ସା ନିମନ୍ତେ ସମସ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୃତକଙ୍କ ପରିଚୟ ପୋଲିସ ସ୍ପଷ୍ଟ କରିଛି । ସେମାନଙ୍କ ମଧ୍ୟରେ ୩ ଜଣ ଶିଶୁ ରହିଛନ୍ତି । ଆଜି ସକାଳୁ କାରଟି ହାଇଦ୍ରାବାଦରୁ କର୍ଣ୍ଣାଟକର ବଲାରୀ ଅଭିମୁଖେ ଯାଉଥିଲା । ୱାନାପାର୍ôଥ ଜିଲ୍ଲାର କୋଥାକୋଟାରେ ହଠାତ କାରଟି ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇଯାଇଥିଲା । ଫଳରେ ଘଟଣାସ୍ଥଳରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଆହତ ହୋଇଥିଲେ ।
ଏନେଇ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ଭର୍ତ୍ତି କରାଯାଇଛି । ମୃତକଙ୍କ ପରିଚୟ ସ୍ପଷ୍ଟ କରିଛି ପୋଲିସ । ୫ ମୃତକ ହେଉଛନ୍ତି ଅବଦୁଲ ରହମାନ, ସାଲିମା ଜୀ, ୭ ମାସର ଶିଶୁ ୱାସିର ରାୱତ, ୨ ବର୍ଷର ବୁସ୍ରା ଏବଂ ୫ ବର୍ଷର ମାରିଆ । ଏହି ଘଟଣାରେ ପୋଲିସ କହିଛି ଯେ, ଦୁର୍ଘଟଣା ସମୟରେ କାରରେ ୧୨ ଜଣ ଯାତ୍ରୀ ଯାତ୍ରା କରୁଥିଲେ । ଭୋର ୩ଟା ସମୟରେ ଏହି ଦୁର୍ଘଟଣା ଘଟିଛି । ଡ୍ରାଇଭର ନିଦରେ ଥିବାରୁ କାରଟି ଦୁର୍ଘଟଣାର ଶିକାର ହୋଇଥିବା ଅନୁମାନ କରାଯାଉଛି । ମୃତ ଓ ଆହତମାନେ କର୍ଣ୍ଣାଟକର ବଲାରୀ ଜିଲ୍ଲାର । ସେମାନେ ବିବାହ ପ୍ରସ୍ତାବ ପାଇଁ ହାଇଦ୍ରାବାଦ ଆସିଥିଲେ । ବଲାରୀକୁ ଫେରୁଥିବାବେଳେ ଏହି ଦୁର୍ଘଟଣା ୱାନାପାର୍ôଥ ଜିଲ୍ଲାରେ ଘଟିଥିଲା । ଏହି ଘଟଣାରେ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି । ମୃତଦେହକୁ ପୋଷ୍ଟମର୍ଟମ ପାଇଁ ହସ୍ପିଟାଲକୁ ପଠାଇ ଦିଆଯାଇଛି ।