ଭୋପାଳ: ମଙ୍ଗଳବାର ସକାଳେ ମଧ୍ୟପ୍ରଦେଶର ଗୁନା ଗଦା ନିକଟରେ ଘଟିଛି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା। ସୂଚନା ଅନୁଯାୟୀ, ୪୬ ନମ୍ବର ଜାତୀୟ ରାଜପଥରେ ଏକ ମାଲ ବୋଝେଇ ଟ୍ରକ୍ କାର ଉପରରେ ଓଲଟି ପଡିବା ଫଳରେ କାର ଭିତରେ ଥିବା ଗୋଟିଏ ପରିବାରର ୪ ଜଣ ମୃତ୍ୟୁ ବରଣ କରିଛନ୍ତି । ମୃତକ ରାଜଗଡ଼ ଜିଲ୍ଲାର ଜଣେ ଦମ୍ପତି ଓ ସେମାନଙ୍କ ର ଦୁଇ ଝିଅଙ୍କ ମୃତ୍ୟୁ ଘଟିଛି। କୁହୁଡ଼ି ଯୋଗୁଁ ରାସ୍ତା ଦେଖାଯାଉନଥିଲା ଯାହା ଫଳରେ ଏହି ଭୟଙ୍କର ଦୁର୍ଘଟଣା ଘଟିଛି। ଟ୍ରକଟି ୪୦ ଟନ୍ ରୁ ଅଧିକ ମାଲ ବୋଝେଇ କରି ନେଉଥିଲା।ତେବେ ଏହି ଭୟଙ୍କର ଦୁର୍ଘଟଣା ସତ୍ତ୍ବେ କାରରେ ଥିବା ଅନ୍ୟ ଦୁଇ ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ସ୍ଥାନୀୟ ଲୋକମାନେ ସେମାନଙ୍କୁ ତୁରନ୍ତ ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଇଛନ୍ତି। ପୁଲିସ କାରର ରେଜିଷ୍ଟ୍ରେସନ୍ ନମ୍ବର ଜରିଆରେ ପୀଡ଼ିତାଙ୍କ ସମ୍ପର୍କୀୟଙ୍କ ସହ ଯୋଗାଯୋଗ କରିବାକୁ ଉଦ୍ୟମ କରୁଛି।