27.1 C
Bhubaneswar
Sunday, September 29, 2024
Homeଦେଶ ବିଦେଶମର୍ମନ୍ତୁଦ ସଡକ ଦୁର୍ଘଟଣା, ଚାଲିଗଲା ୩ ଜଣଙ୍କ ଜୀବନ

ମର୍ମନ୍ତୁଦ ସଡକ ଦୁର୍ଘଟଣା, ଚାଲିଗଲା ୩ ଜଣଙ୍କ ଜୀବନ

ଭୋପାଳ : ମଧ୍ୟପ୍ରଦେଶର ଗୁନା ଜିଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୩ ଜଣଙ୍କ ଜୀବନ ଚାଲି ଯାଇଛି । ଜିଲାର ଚାଚୌଡା ଥାନା ଅନ୍ତର୍ଗତ ରାନୀ ଖେଜଡା ଗାଁ ନିକଟରେ ୪୬ ନମ୍ବର ଜାତୀୟ ରାଜପଥରେ ଏକ କାର୍ ଅନିୟନ୍ତ୍ରିତ ହୋଇ ଡିଭାଇଡରରେ ପିଟି ହେବା ଫଳରେ ଏହି ଦୁର୍ଘଟଣା ଘଟିଛି । ଏଥିରେ ଜଣେ ମହିଳାଙ୍କ ସମେତ ୩ ଜଣଙ୍କ ମୃତ୍ୟୁ ହୋଇଛି । ଗାଡି ଚାଳକର ଆଖି ଲାଗି ଯିବାରୁ ଏଭଳି ଦୁର୍ଘଟଣା ଘଟିଛି ବୋଲି କୁହାଯାଉଛି । ଆଖି ଲାଗିବା ଫଳରେ କାରଟି ଅନିୟନ୍ତ୍ରିତ ହୋଇ ଡିଭାଇଡର ସହ ପିଟି ହୋଇଥିଲା । ଖବର ପାଇବା ମାତ୍ରେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଜାରି ରଖିଛି । ଏହି କାରଟି ଧାର ଜିଲାର ଦେପାଲପୁରରୁ ବରେଲୀ ଯାଉଥିଲା । ଏହି ସମୟରେ ଚାଚୌଡା ଥାନା ଅନ୍ତର୍ଗତ ରାନୀ ଖେଜଡା ଗାଁ ନିକଟରେ ଗାଡି ଚାଳକର ଆଖି ଲାଗି ଯାଇଥିଲା । ଫଳରେ କାରଟି ଡିଭାଇଡରରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking