25.1 C
Bhubaneswar
Wednesday, October 23, 2024
Homeଓଡିଶାମର୍ମନ୍ତୁଦ ସଡକ ଦୁର୍ଘଟଣା : ୨ ମୃତ, ୫ ଗୁରୁତର

ମର୍ମନ୍ତୁଦ ସଡକ ଦୁର୍ଘଟଣା : ୨ ମୃତ, ୫ ଗୁରୁତର

ଗଞ୍ଜାମ: ପଶ୍ଚିମବଙ୍ଗରେ ଓଡ଼ିଶାର ଏକ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଟ୍ରକ – କାର ଧକ୍କାରେ କାରରେ ଥିବା ୨ଜଣଙ୍କର ମୃତ୍ୟୁ ଘଟିଛି। ଅନ୍ୟ ୫ ଜଣ ଯାତ୍ରୀଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନ ଅନୁଯାୟୀ, ଗଞ୍ଜାମ ଜିଲ୍ଲା ଭଞ୍ଜନଗରରୁ ୭ ଜଣ ଲୋକ ଗୋଟିଏ କାର୍‌ରେ ପଶ୍ଚିମବଙ୍ଗର ରାଣୀ ଗଞ୍ଜ ଯାଉଥିଲେ। ୧୬ ନମ୍ବର ଜାତୀୟ ରାଜପଥର ନାରାୟଣଗଡ଼ ଠାରେ  ଟ୍ରକ୍‌ -କାର ଧକ୍କା ହୋଇଥିଲା। ଘଟଣାସ୍ଥଳରେ ୨ ଜଣ କାର ଆରୋହୀଙ୍କ ମୃତ୍ୟୁ ଘଟିଥିଲା।

ଅନ୍ୟ ୫ ଜଣ କାର ଆରୋହୀ ଗୁରୁତର ହୋଇଥିଲେ। ସ୍ଥାନୀୟ ଲୋକଙ୍କର ସହାୟତାରେ ପୁଲିସ ଗୁରୁତରମାନଙ୍କୁ ଉଦ୍ଧାର କରି ପଶ୍ଚିମବଙ୍ଗର ମେଦିନପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଛି। ମୃତକଙ୍କ ମଧ୍ୟରୁ ଜଣେ କ୍ଷୀରୋଦ ପ୍ରଧାନ ବୋଲି ଜଣା ପଡ଼ିଥିବା ବେଳେ ଅନ୍ୟଜଣଙ୍କର ପରିଚୟ ମିଳିପାରି ନାହିଁ। ପଶ୍ଚିମବଙ୍ଗ ପୁଲିସ୍‌ ଘଟଣାରେ ଗୋଟିଏ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking