34.1 C
Bhubaneswar
Saturday, April 4, 2026
Homeଓଡିଶାମର୍ମନ୍ତୁଦ ସଡକ ଦୁର୍ଘଟଣା : ୨ ମୃତ

ମର୍ମନ୍ତୁଦ ସଡକ ଦୁର୍ଘଟଣା : ୨ ମୃତ

ନୟାଗଡ : ବାଇକ୍ ଧକ୍କାରେ ଦୁଇ ମୃତ, ଜଣେ ଗୁରୁତର। ନୟାଗଡ ଦଶପଲ୍ଲା ଡିହଗାଁ ଛକରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଫଳରେ ଘଟଣାରେ ସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ଘଟଣାସ୍ଥଳରେ ଜଣେ ଏବଂ ଅନ୍ୟ ଜଣଙ୍କର ହସ୍ପିଟାଲରେ ମୃତ୍ୟୁ ଘଟିଛି। ତେବେ ମୃତକ ଦୁଇ ଜଣ ଡିହଗାଁ ଗାଁର ସୁଦର୍ଶନ ପ୍ରଧାନ ଏବଂ ଡିଗିରି ଗ୍ରାମର ଶୁକ୍ର ବାଜୁ ବୋଲି ଜଣାପଡିଛି। ଗୁରୁତର ବାଇକ୍‌ ଚାଳକ ଦିବ୍ୟଜ୍ୟୋତି ପଣ୍ଡାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ନୟାଗଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ପରେ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ତାଙ୍କୁ ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଦୁର୍ଘଟଣା ପରେ ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି । ଦଶପଲ୍ଲା ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking