ରାୟଗଡ଼ା: ରାୟଗଡ଼ାରେ ଆଜି ସକାଳେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବାର ଖବର ମିଳିଛି। ସୂଚନା ଅନୁଯାୟୀ, ତଳ ସାଙ୍କେତଠାରେ ଅଟୋ ଦୁର୍ଘଟଣାର ଶିକାର ହୋଇଛି। ଏହାଫଳରେ ଘଟଣାସ୍ଥଳରେ, ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ ଗୁରୁତର ହୋଇଛନ୍ତି। ଏହାଛଡ଼ା ୭ ଜଣ ଆହତ ହୋଇଛନ୍ତି। ଅଟୋଟି ଭାରସାମ୍ଯ ହରାଇ ରାସ୍ତାକଡ଼ ରେଲିଙ୍ଗକୁ ପିଟିବା ଫଳରେ ଏହି ଦୁର୍ଘଟଣା ଘଟିଥିବା ଜଣାଯାଇଚି। ଅଟୋରେ ୧୮ ଜଣ ଶ୍ରମିକ କିଆପାଡୁ ଗାଁରୁ ରାୟଗଡ଼ାକୁ ଯାଉଥିଲେ। ସ୍ଥାନୀୟ ଲୋକେ ଗୁରୁତର ଓ ଆହତ ଲୋକଙ୍କୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଥିବାର ସୂଚନା ରହିଛି।
ଟ୍ରେନ୍ ଧକ୍କାରେ ଆଖିବୁଜିଲେ ପୂର୍ବତନ ସାଂସଦ ବାଲଗୋପାଳ ମିଶ୍ରଙ୍କ ପୁଅ ଅବିନାଶ