କେନ୍ଦ୍ରାପଡା: ଦାଦାବଟି ପାଇଁ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ । କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକ ତନ୍ତିଆପାଳ ସାମୁଦ୍ରିକ ଥାନା ଅନ୍ତର୍ଗତ ସୁନିତି ଗ୍ରାମ ପଞ୍ଚାୟତ ଖଡିଅଣ୍ଟା ଗ୍ରାମରେ ଚାଞ୍ଚଲ୍ୟ ଦେଖାଦେଇଛି । ଗାଁର ଅଜୟ ସ୍ୱାଇଁ ନାମକ ଜଣେ ଯୁବକଙ୍କୁ ଦାଦାବଟି ପାଇଁ ମାରଣାନ୍ତକ ଆକ୍ରମଣ ହୋଇଥିବା ଜଣାପଡିଛି । ଆକ୍ରମଣରେ ଅଜୟଙ୍କର ମୁଣ୍ଡରେ ଗଭୀର ଆଘାତ ଲାଗିବା ସହିତ ପ୍ରାୟ ୧୦ଟି ଷ୍ଟିଚ ପଡିଥିବା ସୂଚନା ମିଳିଛି । ଅଭିଯୋଗ ଅନୁସାରେ ଦୁଇ ଦିନ ତଳେ ବିଳମ୍ବିତ ରାତ୍ରିରେ ଅଜୟ ଯାତ୍ରା ଦେଖି ଘରକୁ ଫେରୁଥିବା ବେଳେ ବାବର ସେତୁ ଉପରେ ଯାଉଥିବା ସମୟରେ କାରରେ ଥିବା କିି ଦୁର୍ବୃତ୍ତ ଅଜୟଙ୍କୁ ଅଟକାଇ ଦାଦାବଟି ମାଗିଥିଲେ । ଅଜୟ ରାଜି ନହେବାରୁ ଦୁର୍ବୃତ୍ତମାନେ ଧାରୁଆ ଅସ୍ତ୍ରରେ ଅଜୟଙ୍କର ମୁଣ୍ଡକୁ ହାଣିଥିଲେ । ପରେ ଗୁରୁତର ଅଜୟଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା । ଦୁବୃତ୍ତମାନେ ତାଙ୍କ ଠାରୁ ସୁନା, ରୂପା, ମୋବାଇଲ ନେଇ ଫେରାର ହୋଇଯାଇଥିବା ବେଳେ ଅଜୟ ତନ୍ତିଆପାଳ ସାମୁଦ୍ରିକ ଥାନାରେ ଅଭିଯୋଗ କରିଛନ୍ତି । ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିବା ସହିତ ଗୋଟିଏ କାର ଜବତ କରି ଜଣଙ୍କୁ ଅଟକ ରଖି ପଚରା ଉଚରା କରୁଛି ।










