27.1 C
Bhubaneswar
Friday, September 20, 2024
Homeଦେଶ ବିଦେଶଖୁବ ଶୀଘ୍ର ଶେଷ ହୋଇ ପାରେ ଭାରତରେ ଫାଷ୍ଟ ଟ୍ୟାଗ ବ୍ୟବସ୍ଥା !

ଖୁବ ଶୀଘ୍ର ଶେଷ ହୋଇ ପାରେ ଭାରତରେ ଫାଷ୍ଟ ଟ୍ୟାଗ ବ୍ୟବସ୍ଥା !

ନୂଆଦିଲ୍ଲୀ :ଖୁବ ଶୀଘ୍ର ଶେଷ ହୋଇ ପାରେ ଭାରତରେ ଫାଷ୍ଟ ଟ୍ୟାଗ ବ୍ୟବସ୍ଥା ! ଆସିବାକୁ ଯାଉଛି ଭାରତରେ ଆସିପାରେ ନୂଆ ନିୟମ । ଯାନବାହାନ ଚଳାଚଳ କ୍ଷେତ୍ର ରେ ହେବ ପରିବର୍ତ୍ତନ । ଟୋଲ ଫି ସଂଗ୍ରହରେ ସରକାର ଏକ ନୂଆ ନିୟମ ଲାଗୁ କରି ପାରନ୍ତି । ଫାଷ୍ଟ ଟ୍ୟାଗ ପରି ବର୍ତ୍ତେ ସାଟେଲାଇଟ ନାଭିଗେସନ ମାଧ୍ୟମରେ ଟୋଲ ସଂଗ୍ରହ କରିବାକୁ ବ୍ୟବସ୍ଥା ହୋଇ ପାରେ । ଏହା ହେଉଛି ଏକ ପାଇଲଟ ପ୍ରୋଜେକ୍ଟ । ସାରା ଦେଶରେ ୧.୩୭ ଲକ୍ଷ ଯାନବାହାନ ପାଇଲଟ ପ୍ରୋଜେକ୍ଟ ଦ୍ୱାରା ଅନ୍ତଭୁକ୍ତ ହେବ । ଏହି ନୂଆ ନିୟମ ଅନୁଯାୟୀ ରାଜପଥ ରେ ଚଳାଚଳ କରୁଥିବା ଯାନବାହାନ ଗୁଡିକ କିଲୋମିଟର ଅନୁଯାୟୀ ଟୋଲ ଫି ପ୍ରଦାନ କରିବେ । ତେବେ ଏହି ନିୟମ ୟୁରୋପୀୟ ଦେଶ ମାନଙ୍କରେ ବ୍ୟବହାର କରାଯାଉଛି । ଏହା ଖୁବ ଶୀଘ୍ର ମଧ୍ୟ ଭାରତରେ ଲାଗୁ ହେବାକୁ ଯାଉଛି । ଜର୍ମାନୀ ର ପ୍ରାୟତଃ ୯୮.୮ ପ୍ରତିଶତ ଯାନ ବାହାନ ଗୁଡିକ ସାଟେଲାଇଟ ନାଭଇଗେସନ ସିଷ୍ଟମ ସହ ଜଡିତ ହୋଇଛି । ଯଦି ଗାଡି ଟି ହାଇୱେ ଦେଇ ଯାଇଥାଏ , ତେବେ ଯାତ୍ରୀ ଯଦି ଟୋଲ ଫି ପୈଠ କରି ନ ଥାନ୍ତି ତେବେ ତାହା ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟ ରୁ କଟିଯିବ । ଭାରତ ରେ ପରିବହନ କ୍ଷେତ୍ରରେ ପରିବର୍ତ୍ତନ ଆଣିବା ଆଗରୁ ଏହାର ନିୟମ ସବୁ କୁ ବଦଳାଇବାକୁ ପଡିବ । ତେବେ ରୁଷିଆ ଏବଂ ଦକ୍ଷିଣ କୋରିଆର ବିଶେଷଜ୍ଞ ମାନେ ଏ ନେଇ ଅଧିକ ଅନୁଧ୍ୟାନ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking