ବରଗଡ଼: ବରଗଡ଼ ଜିଲ୍ଲାପାଳଙ୍କୁ ମୁଣ୍ଡିଆ ମାରି ନେହୁରା ହେଲେ ପଦ୍ମପୁର ଚାଷୀ। ଧାନ ବିକ୍ରି ପାଇଁ ବରଗଡ଼ ଜିଲ୍ଲାପାଳଙ୍କୁ ମୁଣ୍ଡିଆ ମାରି ଅନୁରୋଧ କଲେ। ସରକାରୀ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ପଦ୍ମପୁର ଗଲାବେଳେ ନେହୁରା ହେଲେ। ଜିଲ୍ଲାପାଳଙ୍କ ଆଗରେ ଧାନବସ୍ତା ରଖି ବିକ୍ରି ପାଇଁ ମୁଣ୍ଡିଆ ମାରିଲ। ଜିଲ୍ଲାପାଳ କୌଣସି ସ୍ପଷ୍ଟ ଉତ୍ତର ନ ଦେବାରୁ ଧାରଣାରେ ବସିଲେ ଚାଷୀ। ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାନ ବସ୍ତା ରଖି ଧାରଣାରେ ବସିଲେ। ସୂଚନାଯୋଗ୍ୟ, ଗତ ଖରିଫ ଋତୁରେ ପଦ୍ମପୁର ଆର୍ଏମ୍ସିଠାରୁ ୩୦ ଲକ୍ଷ କ୍ୱିଣ୍ଟାଲ ଧାନକିଣା ଯାଇଥିଲା। ଚଳିତ ବର୍ଷ ୯୨ଟି ଧାନକ୍ରୟ କେନ୍ଦ୍ର ଖୋଲା ଯାଇଛି ହେଲେ ୪୨ସେଣ୍ଟର ରେ ଧାନ କିଣା ଆରମ୍ଭ କରାଯାଇନାହିଁ। ବିଭିନ୍ନ ମଣ୍ଡିରେ ୩ ଲକ୍ଷ ପକେଟ ଧାନ ପଡ଼ି ରହିଛି କିନ୍ତୁ କିଣା ହୋଇଛି ମାତ୍ର ୪୦ ହଜାର ପକେଟ୍ ଧାନ ୭୦% ଚାଷୀଙ୍କ ଟୋକନ ଏଯାଏ ଆସିନାହିଁ, ଅନେକ ଚାଷୀଙ୍କ ଟୋକନ ଜମି ତୁଳନାରେ ବହୁତ କମ୍ ଆସିଛି। କିଛି ଟୋକନ ଜାନୁଆରୀ ମାସରେ ଧାନ ବିକ୍ରି କରିବାର ଧାର୍ଯ୍ୟ ତାରିଖ ଅଛି। ଅଣ ଜଳସେଚିତ ଅଞ୍ଚଳ ପାଇଁ ଏକର ପ୍ରତି ୧୩ କ୍ୱିଣ୍ଟାଲ ଧାନ ବିକ୍ରି ଅନୁମତି ଅଛି। ବଳକା ଧାନ କଣ କରାଯିବ ସରକାରଙ୍କ କିଛି ନିଷ୍ପତ୍ତି ନେଇ ନାହାନ୍ତି। ନିର୍ବାଚନୀ ପ୍ରତିଶ୍ରୁତି ଧାନ କ୍ୱିଣ୍ଟାଲ ୮୦୦ ଟଙ୍କା ବଦଳରେ ୭୩୧ ଟଙ୍କା ଦିଆ ଯାଉଛି । ଏହି ସବୁ ସମସ୍ୟା ଦିନକୁ ଦିନ ଉତ୍କଟ ହେବାରେ ଲାଗିଛି। ବାରମ୍ବାର ଆନ୍ଦୋଳନ କଲେ ମଧ୍ୟ ପ୍ରତିଶ୍ରୁତି ବ୍ୟତୀତ କିଛି ସମାଧାନ ହେଉ ନାହିଁ ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତ। ଏହାକୁ ନେଇ ଚାଷୀ ଅସନ୍ତୋଷ ଲାଗି ରହିଛି। ସମସ୍ୟାର ସମାଧାନ ନହେଲେ ଆସନ୍ତା ସୋମବାର ଧାନ ପକାଇ ଧାରଣା ଦେବା ପାଇଁ ବାଧ୍ୟ ହେବୁ ବୋଲି ଚାଷୀମାନେ ଚେତାବନୀ ଦେଇଛନ୍ତି ।










